
ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାର ତଦନ୍ତ ପାଇଁ କେନ୍ଦୁଝରରେ ପହଞ୍ଚିଲେ ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ । ଘଟଣାସ୍ଥଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀମାନଙ୍କ ସହ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଜୟ ନାରାୟଣ ପଙ୍କଜ। ସମୀକ୍ଷା ପରେ ତଦନ୍ତର ଦିଗ ଠିକ ଦିଗରେ ଯାଉଥିବା କହିବା ସହ ଅତିଶୀଘ୍ର ଅପରାଧୀ ଧରା ପଡିବେ ବୋଲି ସେ ସୂଚନା ଦେଇଛନ୍ତି।
ଗତକାଲି ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ଦୁଇ ଜଣଙ୍କ ଫଟୋ ଜାରି ହୋଇଥିଲା। ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରହିଛି। ବାଇକରେ ବସିଥିବା ଏହି ଦୁଇ ଯୁବକଙ୍କ ଉପରେ ରହିଛି ପୁଲିସର ସନ୍ଦେହ। ଏହି ଦୁଇ ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି କେନ୍ଦୁଝର ପୁଲିସ। ଖବୁ ଶୀଘ୍ର ଆକ୍ରମଶକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଆଶା କରାଯାଉଛି।
The post ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାର ତଦନ୍ତ ପାଇଁ କେନ୍ଦୁଝରରେ ପହଞ୍ଚିଲେ ପଶ୍ଚିମାଞ୍ଚଳ ଡିଆଇଜି first appeared on Sambad.from ଜିଲ୍ଲା | Sambad https://ift.tt/3DzVfV5
0 Comments