ବାଲିପାଟଣା : କରୋନା ନେଲା ଜୀବନ। ଆଖି ବୁଜିଲେ ବିଦ୍ୟୁତ ବିଭାଗ କର୍ମଚାରୀ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବିଦ୍ୟୁତ କାର୍ଯ୍ୟାଳୟର କର୍ମଚାରୀ ଦେବାଶିଷ ସ୍ୱାଇଁଙ୍କ କୋଭିଡ଼ ଜନିତ ମୃତ୍ୟୁ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଗତ ମାସ ୨୭ ତାରିଖରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦେବାଶିଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ କୋଭିଡ଼ ପଜିଟିଭ ଥିବା ଜଣାପଡ଼ିଥିଲା। ହେଲେ ଆଜି ଦିନ ପ୍ରାୟ ସାଢେ ୧୦ ଟାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ୮ ବର୍ଷରୁ ଅଧିକ ହେବ ଦେବାଶିଷ ବାଲିପାଟଣା ବିଦ୍ୟୁତ ବିଭାଗର ଜୁନିଅର ଟେକନିସିଆନ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ନିମାପଡା ଛେନୁଅରେ। ବାପା ମଧୁସୂଦନ ସ୍ୱାଇଁଙ୍କର ପୂର୍ବରୁ ବିୟୋଗ ହୋଇଛି। ଦେବାଶିଷ ୨ ଭଉଣୀଙ୍କ ମଧ୍ୟରେ ଏକ ମାତ୍ର ଭାଇ ଥିଲେ। ପରିବାରରେ ବିଧବା ମା’, ଭଉଣୀ, ପତ୍ନୀ ଏବଂ ତାଙ୍କର ୫ ବର୍ଷର ଗୋଟିଏ ଝିଅ ଅଛି। ତେବେ ଦେବାଶିଷଙ୍କ ଅକାଳ ବିୟୋଗରେ ବାଲିପାଟଣା ସେକ୍ସନ ଯନ୍ତ୍ରୀ ମଦନ ମୋହନ ଜେନା ଏବଂ ସମସ୍ତ କର୍ମଚାରୀ ମର୍ମାହତ ହୋଇପଡିଛନ୍ତି।

The post କରୋନା ନେଲା ଜୀବନ: ଆଖି ବୁଜିଲେ ବିଦ୍ୟୁତ ବିଭାଗ କର୍ମଚାରୀ first appeared on Sambad.

from ଜିଲ୍ଲା | Sambad https://ift.tt/3AFO4bY