କଟକ: କଟକରେ ଆଜି ସକାଳେ ଏକ ଏନକାଉଣ୍ଟର ହୋଇଥିବାର ଖବର ମିଳିଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କନ୍ଦରପୁର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି କମିସନରେଟ ପୁଲିସ। ରାକେଶ ଠୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି। ଆହତ ଅବସ୍ଥାରେ ରାକେଶକୁ ଏସସିବିରେ ଭର୍ତ୍ତି କରାଯାଇଛି। ରାକେଶକୁ ଧରିବା ସମୟରେ ସେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା। ରାକେଶର ଘର ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ଗାଁରେ ବୋଲି ଜଣାଯାଇଛି। ତା ନାଆଁରେ ବହୁ ଅପରାଧିକ ମାମଲା ରହିଛି।
ଆଜି ସକାଳ ପ୍ରାୟ ସାଢେ ୬ଟା ସମୟରେ ଏହି ଏନକାଉଣ୍ଟର ହୋଇଥିବାର ସୂଚନା ଦେଇଛି କମିସନରେଟ ପୁଲିସ। ରାକେଶ କଟକରୁ ଜଗତସିଂହପୁରକୁ ଏକ ଆପାଚେ ମୋଟର ସାଇକେଲ୍ ଚଳାଇ ଆସୁଥିବା ବେଳେ କନ୍ଦରପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ତାକୁ ଧରିବା ଲାଗି ଚଢ଼ାଉ କରିଥିଲେ। ରାକେଶକୁ ଆତ୍ମସମର୍ପଣ ଲାଗି ଯଥେଷ୍ଟ ଚେତାବନୀ ଦିଆଯାଇଥିଲା, କିନ୍ତୁ ସେ ପୁଲିସ୍ ଟିମ୍ ଉପରେ ଗୁଳି ଚଳାଇଥିଲା ଏହାପରେ ପୁଲିସ୍ ଦୁଇ ରାଉଣ୍ଡ ଗୁଳି ଚଳାଇବାକୁ ବାଧ୍ୟ କରିଥିଲା। ଏଥିରେ ରାକେଶ ଆହତ ହୋଇଥିଲା। ଏଥିରେ ଉପରୋକ୍ତ କନ୍ଦରପୁର ଥାନା ଅଧିକାରୀ ଓ ଏସଆଇ ରାଧାକାନ୍ତ ସେଠୀ ଆହତ ହୋଇଥିଲେ। ଏହାପରେ ପୁଲିସ୍ ଟିମ୍ ରାକେଶ ଦାସକୁ କାବୁ କରିଥିଲେ। ତା ନିକଟରୁ ଗୋଟିଏ ଆପାଚେ ବାଇକ୍ ସହିତ ୭ ମିମି ପିସ୍ତଲ ଏବଂ ତିନି ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି।
The post କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶକୁ କାବୁ କଲା କମିସନରେଟ ପୁଲିସ first appeared on Sambad.from ଜିଲ୍ଲା | Sambad https://ift.tt/3p4vw36
0 Comments