
କଟକ: ଆଜି ମା’ଙ୍କୁ ଦିଆଯାଉଛି ଅନ୍ତିମ ବିଦାୟ। ମା’ ଜଗତଜନନୀ ଆଜି ଧରାପୃଷ୍ଠରୁ ନେଉଛନ୍ତି ମେଲାଣି। ତେବେ କଟକର ମୋଟ ୬ ଟି ସ୍ଥାନରେ ହେଉଛି ଭସାଣ କାର୍ଯ୍ୟକ୍ରମ। ସିଲଭରସିଟିର ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ପୂଜାର୍ଚ୍ଚନା କରାଯାଇ ଭସାଣ ଯାତ୍ରା ଆରମ୍ଭ ହୋଇଯାଇଛି।
କଟକରେ ମା’ଙ୍କୁ ମେଲାଣି ଦେବା ପାଇଁ ପ୍ରସ୍ତୁତ କରାଯାଇଛି ୬ ଟି ସ୍ଥାନ। କାର୍ତ୍ତିକେଶ୍ବର, ଦେବୀଗଡା, ମାରିଟାଇମ ମ୍ୟୁଜିୟମ, ଘଟକୂଳ, ଚହଟା ଅଞ୍ଚଳରେ ମା’ଙ୍କ ବିସର୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ବିସର୍ଜନ କରୁଛନ୍ତି ସବୁ ପୂଜା କମିଟି। ସକାଳୁ ଏବେ ଯାଏଁ ପାଖାପାଖି ୧୦୦ଟି ମୂର୍ତ୍ତି ବିସର୍ଜନ କରାଯାଇଛି। ଦେବୀଗଡା ଠାରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଆଜି ସନ୍ଧ୍ୟା ୬ ଟା ମଧ୍ୟରେ ମେଲାଣି ପ୍ରକ୍ରିୟା ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି କମିସନରେଟ ପୁଲିସ।
ମୂର୍ତ୍ତି ବିସର୍ଜନ ପାଇଁ ସ୍ଲଟ ହିସାବରେ ହେବ ଭସାଣ ପ୍ରକ୍ରିୟା। ଘଣ୍ଟାଏ ପରେ ଘଣ୍ଟାଏ ସ୍ଲଟ ବୁକ୍ କରି ଭସାଣି କରିବେ ପୂଜା କମିଟି। ପ୍ରତି ଛକରେ ମୁତୟନ ରହିଛନ୍ତି ପୁଲିସ। ପୂଜା କମିଟିର ୭ ଜଣ ସଦସ୍ୟ ଭସାଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
The post କଟକରେ ଭସାଣ ଯାତ୍ରା ଆରମ୍ଭ, ସନ୍ଧ୍ୟା ୬ ଟା ମଧ୍ୟରେ ସରିବ first appeared on Sambad.
from ଜିଲ୍ଲା | Sambad https://ift.tt/3j9I6ud
0 Comments