
କଟକ : ବର୍ଷା-ଅନୁଭବ ମାମଲାରେ ଶୁକ୍ରବାର ଦିନ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। କଟକ ପରିବାର ଅଦାଲତରେ ଶୁକ୍ରବାର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି।
ଶୁକ୍ରବାର ଦିନ ପରିବାର ଅଦାଲତରେ ଅନୁଭବ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବା ସହିତ ଦାଖଲ ନଥିପତ୍ର ଚିହ୍ନଟ କରିଥିଲେ। ପରବର୍ତ୍ତୀ ତାରିଖରେ ଅନୁଭବ ପୁଣି ପରିବାର ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବେ। ଏହାପରେ ତାଙ୍କୁ ବର୍ଷାଙ୍କ ଓକିଲ ଜେରା କରିବେ। ଏଠାରେ ସୂଚନା ଯୋଗ୍ୟ ଯେ ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନ ସହିତ ଦାମ୍ପତ୍ୟ ସଂପର୍କ ସୁରକ୍ଷା ଲାଗି ବର୍ଷା ରୁଜୁ କରିଥିବା ଆବେଦନର ପରିବାର ଅଦାଲତରେ ଏକତ୍ର ଶୁଣାଣି ଚାଲିଛି। ଅନୁଭବଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।
The post ଅଧାରହିଲା ଅନୁଭବଙ୍କ ସାକ୍ଷ୍ୟ ପ୍ରଦାନ first appeared on Sambad.from ଜିଲ୍ଲା | Sambad https://ift.tt/3AtD8hw
0 Comments