
ଉମରକୋଟ: ଟିକା ନେବାର ୩ ଘଣ୍ଟା ପରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆସିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍ ଅଧୀନରେ ଆସୁଥିବା ସିଂସ।ରି ଗ୍ରାମ ନିକଟସ୍ଥ ମାଲବେଡ଼ା ଗ୍ରାମ ଠାରେ। ଏହି ଗ୍ରାମର ସୁକୁରି ଭତରା କରୋନା ଟିକା ନେବା ପାଇଁ ଗ୍ରାମ ନିକଟସ୍ଥ ରାଜପୁର ଗ୍ରାମକୁ ଯାଇଥିଲେ। ସକାଳ ୧୦ଟା ସମୟରେ ଟୀକା ନେବା ପରେ ଅଧ ଘଣ୍ଟା ବିଶ୍ରାମ ମଧ୍ୟ ନେଇଥିଲେ। ସେଠାରୁ ଗ୍ରାମକୁ ଫେରିବା ବାଟରେ କୋଭିଡ ପ୍ରମାଣ ପତ୍ର ପାଇଁ ଅଟକି ଥିଲେ। ତେବେ ସେଠାରେ ପ୍ରାଣବାୟୁ ଉଡିଯାଇଥିବା ଅନୁମାନ କରାଯାଉଛି। ତେବେ ମହିଳାଙ୍କ ପୁଅ ମାନେ କିଛିଦିନ ଧରି ମହିଳାଙ୍କୁ ଝ।ଡ଼ା ହେଉଥିବାରୁ ସେ ଦୁର୍ବଳ ଥିଲେ ବୋଲି ପ୍ରକାଶ କରୁଥିଲେ ହେଁ କେଉଁ କାରଣ ଯୋଗୁ ମୃତ୍ୟୁ ଘଟିଲା ତାହା ଏବେ କହିବା କଷ୍ଟକର ତେଣୁ ସବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେଇପାରିବ ବୋଲି ପୂଜାରୀ ଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର ଡକ୍ଟର ଅଭୟ କୁମାର ଦେ ସୂଚନା ଦେଇଛନ୍ତି।
କିନ୍ତୁ କିଛି ସର୍ମ୍ପର୍କୀୟ ଓ ଗ୍ରାମବାସୀଙ୍କ ଅଭିଯୋଗ ପରେ ସୁକୁରିଙ୍କ ମର ଶରୀରକୁ ଉମରକୋଟ ହସ୍ପିଟାଲକୁ ଅଣାଯାଇଥିଲା। ଖବର ପାଇ ଉମରକୋଟ ତହସିଲଦାର ଡକ୍ଟର ହିମାଞ୍ଚଳ ମାଝୀ, ଡକ୍ଟର ଅଭୟ କୁମାର ଦେଓ ଡ଼ାବୁଗା ପୁଲିସ ଉମରକୋଟରେ ପହଞ୍ଚିଥିଲେ। ବର୍ତ୍ତମାନ ସୁକୁରିଙ୍କ ମର ଶରୀରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି ସେଠାରୁ କୋରାପୁଟ ମେଡିକାଲ୍ ପଠା ଯାଇପାରେ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ଜଣା ପଡ଼ିବ।
The post ଟିକା ନେବାର ୩ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/2YcwTS3
0 Comments