ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯିବା ବେଳେ ପୁଲିସ ସେମାନଙ୍କୁ ଶିଶୁ ଭବନ ଛକରେ ଅଟକାଇଥିଲା। ଫଳରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାପରେ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା।

ଏ ନେଇ ଶ୍ରୀ ଲେଙ୍କା କହିଛନ୍ତି, ମମିତା ହତ୍ୟା ମାମଲାରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଘଟଣାର ନିରପେକ୍ଷ ତଦନ୍ତ କରିବାରେ ବିଫଳ ହୋଇଛି। ତୁରନ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ଓ ପଞ୍ଚାୟତସ୍ତରରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ଲେଙ୍କା ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ବିଧାୟକ ମହମ୍ମଦ ମୋକିମ, ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ସତ୍ୟାନନ୍ଦ ରାଉତ, ସୁନିତା ବାଗ, ମହମ୍ମଦ ଅଲିମ, ସତ୍ୟପ୍ରିୟ ସାମଲ, ଆର୍ଯ୍ୟବୀର ଲେଙ୍କା, ବିଶ୍ୱରଞ୍ଜନ ଦାସ, ଅମ୍ରିତା ଦାସ, ଆକ୍ୟୁବ ଖାନ, ମହେଶ ପ୍ରସାଦ, ରଞ୍ଜିତ ପାତ୍ର, ସ୍ୱାଗତ କର, ବୀରେନ କୁମାର ଦଳାଇ, ସାଉଲ ମଙ୍ଗରାଜ, ତ୍ରିଲୋଚନ ପାଣିଗ୍ରାହୀ, ଜ୍ଞାନେନ୍ଦ୍ର ଦାସ, ସ୍ମୃତିରଞ୍ଜନ ମନ୍ତ୍ରୀ, ଆଶୁତୋଷ ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପ୍ରସାଦ ପରିଡ଼ା, ପ୍ଲାବନ ବହିଦାର ଓ ପ୍ରଶାନ୍ତ ମଲିକ ପ୍ରମୁଖ ସାମିଲ ହୋଇଥିଲେ।

The post ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/3GFfQtl