
ଭବାନୀପାଟଣା: ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସିବେ। ଏହା ପୂର୍ବରୁ ଆଜି ହଠାତ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଭିନ୍ନ ସ୍ଥାନକୁ ଯାଇ ଗସ୍ତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀ ଶ୍ରୀ ମିଶ୍ର ଭବାନୀପାଟଣା ସହରସ୍ଥିତ କୃଷି ମହାବିଦ୍ୟାଳୟ ପରିସରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଜାଗା ଦେଖିବା ସହିତ ହେଲିପ୍ୟାଡ଼ ନିର୍ମାଣ ଉପରେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସହିତ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ଓ ପୁଲିସ ଏସ୍ପି ଡା. ଶ୍ରବଣ ବିବେକ ଏମ୍., ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ. ଅଜିତ ବାବୁ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଜୁନାଗଡ଼ ଯାଇ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ଫେରିବା ପରେ ଭବାନୀପାଟଣା ବିଜେଡି କାର୍ଯ୍ୟାଳୟଠାରେ ମନ୍ତ୍ରୀ ଦଳୀୟ କର୍ମକର୍ତ୍ତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଆଲୋଚନା କରିଥିଲେ। ବିବାଦୀୟ ଘଟଣା ପରେ ମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ଥିଲା।
The post ଜିଲ୍ଲାପାଳ ଓ ଏସ୍ପିଙ୍କ ସହିତ ବୁଲିଲେ ମନ୍ତ୍ରୀ ଦିବ୍ୟ ଶଙ୍କର first appeared on Sambad.from ଜିଲ୍ଲା | Sambad https://ift.tt/3w8hZJq
0 Comments