
ରାଉରକେଲା: ଦେଶୀ ମଦ କାରବାରରେ ଅଙ୍କୁଶ ଲଗାଇବାକୁ ଅବକାରୀ ପୁଲିସ ଚଢ଼ାଉ, ଛାନ୍ଭିନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧୫ର ଚାମୀ ଭୂମିଜ ଓ ଶୁକ୍ରମଣୀ ଭୂମିଜ। ଏହାସହ ଅବକାରୀ ପୁଲିସ ୪୬୨ ଲିଟର ଦେଶୀ ମଦ ଜବତ କରିବାବସହ ୧୦ ହଜାର ୮ଶହ କେଜି ମହୁଲ ପୋଚକୁ ନଷ୍ଟ କରି ଦିଆଯାଇଛି। ସେକ୍ଟର-୧୫, ଲାଠିକଟା ଅଞ୍ଚଳରେ ଦେଶୀ ମଦ କାରବାବର ବୃଦ୍ଧି ପାଇଥିବା ଅବକାରୀ ବିଭାଗ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଆଜି ସେକ୍ଟର-୧୫, ଲାଠିକଟା ବ୍ଲକର ମାନକୋ, ଘୁଙ୍ଗିଟୋଲି, ହଲଦୀବେଡ଼ା ଆଦି ଗାଁରେ ଚଢ଼ାଉ କରାଯାଇଥିଲା।
ସୂଚନାଯୋଗ୍ୟ, ଗତକାଲି ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହାସହ ୪୫୪ ଲିଟର ଦେଶୀ ମଦ ଓ ୮ ହଜାର ୨୦୦ କେଜି ମହୁଲ ପୋଚ ଜବତ ହୋଇଥିଲା। ଅବକାରୀ ସୁପରିଟେଣ୍ଡେଣ୍ଟ୍ ଶେଖ୍ ଅଶ୍ରଫ ଅଲ୍ଲୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇସନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଆଜିର ଚଢ଼ାଉ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଜିଷ୍ଟ୍ରେଟ ଅଭିଜିତ ମହନ୍ତ, ଅବକାରୀ ଏସ୍ଆଇ ଏସ୍ଆଇ ମାନସ ମୁଣ୍ଡା, ଏସ୍ଆଇ ରମାକାନ୍ତ ଚାନ୍ଦ ପ୍ରମୁଖ ସାମିଲ ଥିଲେ।
The post ଦେଶୀ ମଦ ବେପାର: ୨ ମହିଳା ଗିରଫ, ୪୬୨ ଲିଟର ଦେଶୀ ମଦ ସହ ୧୦,୮୦୦ କେଜି ମହୁଲପୋଚ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/304mMPW
0 Comments