
କୋରାପୁଟ: ୫ ଦିନ ତଳେ ଯାହା କହିଲେ ସେଥିରେ ୟୁଟର୍ଣ୍ଣ ମାରିଛନ୍ତି କୋରାପୁଟର ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ। ଗଣମାଧ୍ୟମକୁ ଦଳ ଛାଡିବାକୁ କହି ଛେପ ଢୋକିଛନ୍ତି ଏହି ନେତା। ଦଳରେ ରହି ଦଣ୍ଡକାରଣ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦାବି ପାଇଁ ଲଢେଇ କରିବେ। କିନ୍ତୁ କୌଣସି ପଦପଦବିରେ ରହିବେ ନାହିଁ। ଦଳର କେବଳ ଜଣେ ସାଧାରଣ କର୍ମୀ ଭାବେ କାମ କରିବେ ବୋଲି କହିଛନ୍ତି ଜୟରାମ। ଗତକାଲି ଭଲଦିନ ରହିଥିବାରୁ ଦଳ ଛାଡିବାକୁ ମନସ୍ଥ କରିଥିଲେ କିନ୍ତୁ କିଛି ନିକଟ ପରିଜନ ଓ ଶୁଭେଚ୍ଛୁଙ୍କ ପରାମର୍ଶକ୍ରମେ ସେ ଦଳରେ ରହି ସଂଘଠନ କରିବେ ବୋଲି ଆଜି କହିଛନ୍ତି।
କୋରାପୁଟ ବିଜେପିରେ କୋଣଠେସା ହୋଇ ରହିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଦଳ ଛାଡିବେ ବୋଲି ଯେଉଁ ଆଲୋଚନା ହେଉଥିଲା ତାହାର ସେ ନିଜେ ପୂର୍ଣ୍ଣଛେଦ ପକାଇଛନ୍ତି। ୨୦୧୭ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲାବେଳେ ଚଳିତମାସ ୫ ତାରିଖରେ ଦଳ ଛାଡି ଦଣ୍ଡକାରଣ୍ୟ ରାଜ୍ୟ ଓ କେନ୍ଦ୍ରାଶାସିତ ଅଞ୍ଚଳ ଦାବିକୁ ଶାଣିତ କରାଯିବ ବୋଲି ସେ କହିଛନ୍ତି। ଚଳିତମାସ ୧୦ ତାରିଖ ପୂର୍ବରୁ ସେ ଦଳ ଛାଡି ଦଣ୍ଡକାରଣ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ପାଇଁ ମଙ୍ଗ ଧରିବେ ବୋଲି ସାମ୍ବାଦିକକୁ କହିଥିଲେ। ୪ ତାରିଖରେ ଦଣ୍ଡକାରଣ୍ୟ ବିକାଶ ପରିଷଦ ଭାବେ ଏକ ଅନୁଷ୍ଠାନ ଗଢା ଯାଇଥିବାବେଳେ ଅବିଭକ୍ତ କୋରାପୁଟ ଜିଲ୍ଲା, ବିଜୟନଗରମ ଓ ପାର୍ବତିପୂରମ ଜିଲ୍ଲାର କିଛି ଅଂଶକୁ ସେ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ସଂଗଠନ ଶାଣିତ କରାଯିବ ବୋଲି ସେ କହିଛନ୍ତି।
The post ସ୍ବର ବଦଳାଇଲେ ଜୟରାମ, କହିଲେ- ‘ଦଳରେ ରହି ମାଟି ପାଇଁ କାମ କରିବି’ first appeared on Sambad.from ଜିଲ୍ଲା | Sambad https://ift.tt/3AxuazQ
0 Comments