ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ପଂଚାୟତ ଅର୍ନ୍ତଗତ ତାକୁଡ଼ ଗ୍ରାମରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା ଘଟଣାରେ ବୌଦ୍ଧ ପୁଲିସ ତାକୁଡ ଗ୍ରାମର ସାରଙ୍ଗଧର କହଁର (୪୦)ଙ୍କୁ ଗିରଫ କରିଛି।

ଗତ ବୁଧୁବାର ଟିଡିଏସ୍‌ଓପିଏଲ୍‌ ପୁରୁଣାକଟକ ସେକ୍ସନ ରାଜସ୍ୱ ସଂଗ୍ରହ ଅଧିକାରୀ ସମୀର ନାଏକ, ସୁପରଭାଇଜର ବିକ୍ରମ ରାଉତ୍‌, ତିଲେଶ୍ୱର ଲାଇନମ୍ୟାନ ସୌମ୍ୟ ରଞ୍ଜନ, ଚନ୍ଦ୍ର ଶେଖର ଦେହୁରୀ, ପ୍ରବୀଣ ପ୍ରଧାନ ଏବଂ ଗାଡ଼ି ଡ୍ରାଇଭର ଲିପୁ ସହିତ ଏକ ଟିମ୍‌ ବିଦ୍ୟୁତ୍ ବିଲ ଆଦାୟ ପାଇଁ ତାକୁଡ ଗ୍ରାମକୁ ଯାଇଥିଲେ। ତାକୁଡ଼ ଗ୍ରାମର ସାରଙ୍ଗଧର ତାଙ୍କର ବକେୟା ବିଦ୍ୟୁତ୍ ବିଲ ପୈଠ ନକରିବାରୁ ଏହି ଟିମ ତାଙ୍କର ବିଦ୍ୟୁତ୍ ସଂଯୋଗକୁ କାଟି ଦେଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସାରଙ୍ଗଧର ବିଦ୍ୟୁତ୍ ବିଭାଗର ଗାଡ଼ିର କାଚ ଭଙ୍ଗାରୁଜା କରିବା ସହ ଏକ ବାଡ଼ିରେ ପ୍ରବୀଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ହାତ  ଭାଙ୍ଗିଯାଇଛି। ଏ ନେଇ ପୁରୁଣାକଟକ ସେକ୍ସନ ରାଜସ୍ବ ସଂଗ୍ରହ ଅଧିକାରୀ ସମୀର ନାଏକ ବୌଦ୍ଧ ଆଦର୍ଶ ଥାନାରେ ଦେଇଥିବା ଏତେଲାକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ମୁଖ୍ୟ ଅଭିଯୁକ୍ତ ସାରଙ୍ଗଧରଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବୌଦ୍ଧ ଟାଉନ ଥାନା ଆଇଆଇସି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି।

The post ବିଦ୍ୟୁତ୍ ଉପଭୋକ୍ତାଙ୍କ ଉନ୍ମତ୍ତକାଣ୍ଡ: ସଂଯୋଗ କଟିବାରୁ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ first appeared on Sambad.

from ଜିଲ୍ଲା | Sambad https://ift.tt/3bpgPj6