
ପୁରୀ : କେନ୍ଦ୍ର ଖଣିଜ ପ୍ରହଲ୍ଲାଦ ଯୋଶୀ ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍ବେ ଶୁକ୍ରବାର ଦିନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଦୁଇମନ୍ତ୍ରୀ ଦର୍ଶନ ବ୍ୟବସ୍ଥାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି।
ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଦୁଇମନ୍ତ୍ରୀ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍ରେ ଓହ୍ଲାଇବା ପରେ କାର୍ରେ ଆସି ଶ୍ରୀମନ୍ଦିରଠାରେ ପହଞ୍ଚିଥିଲେ। ଏହି ଅବସରରେ ବରିଷ୍ଠ ବିଜେପି ନେତା ତଥା ସିଂଘାରୀ ସେବକ ମଧୁସୂଦନ ସିଂଘାରୀ ଓ ଅନ୍ୟମାନେ ଦୁଇନେତାଙ୍କୁ ସ୍ବାଗତ ଜଣାଇବା ସହ ମହାପ୍ରଭୁଙ୍କୁ ଲାଗି ଖଣ୍ଡୁଆ ଭେଟି ଦେଇଥିଲେ। ପରେ ଦୁଇ ମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଭିତରକାଠରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିବା ପରେ ଦଳୀୟ ନେତୃବୃନ୍ଦ ସହ ଆଲୋଚନା କରି ଫେରି ଯାଇଥିଲେ।
The post ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3vVvDPX
0 Comments