କେସିଙ୍ଗା: ଏକ ଦଶାହ କାର୍ଯ୍ୟରେ ବଲାଙ୍ଗୀର ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କୁଣ୍ଡାବନ୍ଧ ପଞ୍ଚାୟତ ଗୁର୍ଜିମୁଣ୍ଡା ଗାଁକୁ ବଲେରୋ (ଓଡି୦୮ଏଚ୍‌-୨୧୧୧)ରେ ଯାଉଥିବା ବେଳେ ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ବଲାଙ୍ଗୀର ଜିଲ୍ଲାର ନୃପତି ରଣା (୪୨), ବିନୁସା ରଣା (୩୫)। ଅନ୍ୟମାନନଙ୍କ ପରିଚୟ ମିଳି ପାରିନାହିଁ। ସୂଚନାନୁସାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ଲୁଥୁରବନ୍ଧ ଗାଁରୁ କେସିଙ୍ଗା ବ୍ଲକ୍‌ ଗୁର୍ଜିମୁଣ୍ଡା ଗାଁକୁ ଦଶାହ କାର୍ଯ୍ୟରେ ଯାଉଥିଲେ। କେସିଙ୍ଗା ବ୍ଲକ୍‌ ପଥର୍ଲା ପଞ୍ଚାୟତ ମାଲପଡ଼ା ନିକଟରେ ବଲେରୋଟି ଭାରସାମ୍ୟ ହରାଇ ଚାଷ ଜମିକୁ ଖସିପଡ଼ି ଥିଲା। ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଆହତଙ୍କୁ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ଦଶାହ କାର୍ଯ୍ୟରେ ଯାଉଥିଲେ…ଲଟିଲା ବଲେରୋ, ୮ଜଣ ଆହତ  first appeared on Sambad.

from ଜିଲ୍ଲା | Sambad https://ift.tt/3uCjoai