
ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ଆଦି ପୀଠ ଥୁଆମୂଳ ରାମପୁରରେ ପାର୍ବଣ ପର୍ବ ଆରମ୍ଭ ହୋଇଯାଇଛି। ଏହି ସମୟରେ ମାଁଙ୍କୁ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇଥାଏ। ଏହି ପୀଠ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଥିବାରୁ ମାଁଙ୍କ ସବୁ ଅଳଙ୍କାର ଉକ୍ତ ବିଭାଗ ପାଖରେ ରହିଛି। କୋଭିଡ୍ କଟକଣା ଯୋଗୁଁ ମାଁଙ୍କ ଅଳଙ୍କାର ବିଭାଗ ନିକଟରୁ ଆସିପାରିନାହିଁ। ବିନା ଅଳଙ୍କାରରେ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।
The post ଆରମ୍ଭ ହେଲା ମାଁ ମାଣିକେଶ୍ୱରୀଙ୍କ ନବଦିନାତ୍ମକ ଶାରଦୀୟ ପୂଜା, ଆସିଲାନି ମାଁଙ୍କ ଆଭୂଷଣ first appeared on Sambad.from ଜିଲ୍ଲା | Sambad https://ift.tt/3uUv7kO
0 Comments