
ଭବାନୀପାଟଣା : ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ଦୁଷ୍କର୍ମ ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରି ଦୋଷୀକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୬ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଆହୁରି ୪ମାସ ଜେଲ ଦଣ୍ଡ ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୧୯ ମସିହା ମାର୍ଚ୍ଚ ୧ ତାରିଖରେ ଅଭିଯୁକ୍ତ ଅନିଲ ହରିଜନ ଦୁଷ୍କର୍ମ କରିଥିଲା। ଏନେଇ ବିଶ୍ବନାଥପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ ପୂର୍ବତନ ଥାନାଧିକାରୀ ଶ୍ରୀନିବାସ ସେଠୀ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ଅନିଲକୁ କୋର୍ଟଚାଲାଣ କରିଥିଲେ। ଗୁରୁବାର ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ ଯଦୁମଣି ମିଶ୍ର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଘଟଣାର ଗୁରୁତ୍ବକୁ ବିଚାର କରି ଅଭିଯୁକ୍ତକୁ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ ମିଶ୍ର ପରିଚାଳନା କରୁଥିଲେ।
The post ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣି: ଦୋଷୀକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ first appeared on Sambad.from ଜିଲ୍ଲା | Sambad https://ift.tt/2WRH3Hn
0 Comments