
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୨ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ଠାରେ ଥିବା ପ୍ରାଣନାଥଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହାପରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିଆରସିଂହ, ସଂଜୟ ପଟ୍ଟନାୟକ, ବୈକୁଣ୍ଠନାଥ ରାଜଗୁରୁ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ନରେନ୍ଦ୍ର ପୃଷ୍ଟି, ଡଃ. ଶରତ ଦୋରା, ଗୋପାଳକୃଷ୍ଣ ଦାସ, ପ୍ରାଣନାଥ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର କୁମାର, ଅଧ୍ୟାପିକା ଅଲିଭା ବେଉରା, ବର୍ତ୍ତମାନ ଅଧ୍ୟକ୍ଷା ଡଃ. ରଂଜିତା ସେଠୀ, ମିହିର ନାୟକ, ଓକିଲ ସଂଘ ସଭାପତି ଅଜିତ ପଟ୍ଟନାୟକ, ଅଧ୍ୟାପକ ଲିଙ୍ଗରାଜ ପ୍ରଧାନ, ପ୍ରାଣକୃଷ୍ଣ ଦଳବେହେରା, ଗିରିଶ ପଟ୍ଟନାୟକ, ଅବନୀ ଜେନା ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ଏନ୍ସିସି ଓ ରେଭର ରେଂଜର କ୍ୟାଡ୍ଟେ ଯୋଗ ଦେଇଥିଲେ।
The post ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ first appeared on Sambad.from ଜିଲ୍ଲା | Sambad https://ift.tt/2YwNJLE
0 Comments