ଭୁବନେଶ୍ବର: ବିଶିଷ୍ଟ ଶ୍ରମିକ ନେତା ନବ କିଶୋର ମହାନ୍ତିଙ୍କ ନେତୃତ୍ବରେ ଆଜି ୪୨ଟି ସ୍ଥାନୀୟ ଓ ରାଜ୍ୟସ୍ତରୀୟ ଟ୍ରେଡ୍ ୟୁନିଅନ୍‌ର ପ୍ରାୟ ଏକ ହଜାର ଶ୍ରମିକ ଓ କର୍ମଚାରୀ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ବରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।
ଏହି ମିଶ୍ରଣ ପର୍ବରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ସୁବାସ ସିଂହ, ବିଧାୟକ ଅନନ୍ତ ନାରାୟଣ ଜେନା, ହିନ୍ଦ୍‌ ମଜଦୁର ସଭାର ସର୍ବଭାରତୀୟ ଉପସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ମିଶ୍ରଣ ପର୍ବରେ ବିଡିଏ ୱାର୍କର୍ସ ୟୁନିଅନ୍, ଘରୋଇ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ସଂଘ, ଭୁବନେଶ୍ବର ଇଣ୍ଡଷ୍ଟ୍ରିଅାଲ ୱାର୍କର୍ସ ୟୁନିଅନ୍, ଉତ୍କଳ ବିଶ୍ବବିଦ୍ୟାଳୟ ୱାର୍କର୍ସ ୟୁନିଅନ୍, ରାଜଧାନୀ ଆମ୍ବୁଲାନ୍ସ ଡ୍ରାଇଭର୍ସ ଆସୋସିଏସନ୍, ରାଜଧାନୀ ଟ୍ୟାକ୍ସି ଓ ଅଟୋଚାଳକ ମହାସଂଘ, ରାଜଧାନୀ ହୋଟେଲ କର୍ମଚାରୀ ସଂଘ, ସିଫା ଶ୍ରମିକ ସଂଘ, ରାଜଧାନୀ ପରିବହନ କର୍ମଚାରୀ ସଂଘ, କଳିଙ୍ଗ ଷ୍ଟୁଡିଓ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ୱାର୍କର୍ସ ୟୁନିଅନ୍, ସିକ୍ୟୁରିଟତ ସର୍ଭିସ୍ ଏମ୍ପ୍ଲଇଜ୍ ୟୁନିଅନ୍, ଓଡ଼ିଶା ସେତୁ ନିଗମ କର୍ମଚାରୀ ସଂଘ, ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ ୱାର୍କର୍ସ ୟୁନିଅନ୍ ଭଳି ୪୨ଟି କର୍ମଚାରୀ ସଂଗଠନର କର୍ମକର୍ତ୍ତା ସାମିଲ୍ ହୋଇଥିଲେ।

The post ଶ୍ରମିକ ନେତା ନବକିଶୋର ମହାନ୍ତି ବିଜେଡିରେ ସାମିଲ୍ first appeared on Sambad.

from ଜିଲ୍ଲା | Sambad https://ift.tt/3GyuId4