
ଲକ୍ଷ୍ମୀପ୍ରସାଦ/ ବାଉଁଶୁଣୀ : ବୌଦ୍ଧ ବ୍ଲକ୍ ପଲସପାଟ ଛକଠାରେ ରାଜ୍ୟ ବାହାର ଅଞ୍ଚଳର ଏକ କାର୍ (ଜିଜେ ୦୧ ଆର୍ଏମ୍ ୨୬୫୪) ଭରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣେ ଗୁରୁତର ହୋଇଛନ୍ତି।

ଗୁଜରାଟ ରାଜ୍ୟର ୩ଜଣ ଯୁବକ ଏକ କାର୍ରେ ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଏନ୍ଏଚ୍ ୫୭ର ସାହାଜପାଲ ନିକଟସ୍ଥ ପଳସପାଟ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିରେ ଥିବା ୩ ଜଣ ଯୁବକ ମଧ୍ୟରୁ ଅମୁଲ ପାଟିଲ (୩୪)ଙ୍କ ବାମହାତ ଭାଙ୍ଗି ଯାଇଥିଲା। ବଣ୍ଟି ପଟେଲ ଓ ରାଜେନ୍ଦ୍ର ପାଟିଲ ବି ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସରେ ଅମୁଲ ଓ ବଣ୍ଟିଙ୍କୁ ବୌଦ୍ଧ ଡାକ୍ତରଖାନା ପଠାଯାଇଛି। ଗାଡ଼ିରେ ପ୍ରେସ ଲେଖା ହୋଇଥିବା ବେଳେ ସେମାନେ ସାମ୍ବାଦିକ କି ନୁହେଁ ଜଣାପଡ଼ି ନାହିଁ।
The post ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଜଣେ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3E4umJ6
0 Comments