ଖୋର୍ଦ୍ଧା: ଗତ ୨୦ ଦିନ ଧରି କରୋନା ସଂକ୍ରମଣ ହାର ହ୍ରାସ ପାଇଥିଲା। ଦୈନିକ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଥିଲା। ତେବେ ଗତ ୩ ଦିନ ଧରି ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସଂକ୍ରମଣ ଧୀରେଧୀରେ କାୟା ବିସ୍ତାର କରିବା ଭଳି ଜଣାଯାଉଛି। ସୁସ୍ଥଙ୍କ ଠାରୁ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୧୨୪୦ଟି ରାପିଡ୍ ଆଂଟିଜେନ୍ ଓ ୧୦୨୨ଟି ଆର୍ଟି-ପିସିଆର୍ ପରୀକ୍ଷଣ ହୋଇଥିଲା। ମୋଟ ୨୨୬୨ଟି ପରୀକ୍ଷଣରେ ୭ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି।

ଚିହ୍ନଟଙ୍କ ମଧ୍ୟରୁ ଜଟଣୀ ପୌରାଂଚଳ ଓ ବ୍ଲକରୁ ସର୍ବାଧିକ ୩ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ଜଣେ, ଚିଲିକାରୁ ଜଣେ ଓ ବାଣପୁରରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷରେ ଚିକିତ୍ସାଧୀନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି।

The post ଖୋର୍ଦ୍ଧା ଗ୍ରାମାଂଚଳରେ କରୋନ, କମିଲା ଦୈନିକ ସୁସ୍ଥଙ୍କ ସଂଖ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3BeQHlo