ପୁରୀ: ମଝି ଚିଲିକାରେ ଫସିଲା ଡଙ୍ଗା। ୩ଦିନ ହେଲାଣି ମଝି ଚିଲିକାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଫସି ରହିଥିବା ଜଣାପଡ଼ିଛି। ମାଛ ମାରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଡଙ୍ଗାଟି କଟକି ଦଳରେ ଫସି ଯାଇଥିବା ଜଣାପଡ଼ିଛି। କଟକି ଦଳ ଅଧିକ ଥିବାରୁ ଡଙ୍ଗାରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନାହିଁ। ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ୧୦ବର୍ଷର ପିଲା ଥିବା ଜଣାପଡ଼ିଛି।

ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି । ତେବେ କୌଣସି ମତେ ଖବର ପହଞ୍ଚାଇବାକୁ ସମର୍ଥ ହୋଇଛନ୍ତି ଏହି ମତ୍ସ୍ୟଜୀବୀ । ଫଳରେ ଏବେ ସେମାନଙ୍କୁ ମଝି ଚିଲିକାରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାସ୍ଥଳକୁ ଯାଇଛି ମାଲୁଦ ଅଗ୍ନିଶମ ବିଭାଗର ଏକ ଟିମ୍ । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଗଡ ଘିମୁନ୍ଦା ଜେଟିର ଚିଲିକା ନିକଟରୁ କିଛି ଦୂରରେ ଫସି ରହିଛି ମତ୍ସ୍ୟଜୀବୀଙ୍କ ଏହି ଡଙ୍ଗା ।

The post ୩ଦିନ ହେଲାଣି ମଝି ଚିଲିକାରେ ଫସି ରହିଛି ଡଙ୍ଗା, ଉଦ୍ଧାର ପାଇଁ ମାଲୁଦ ଅଗ୍ନିଶମ ବିଭାଗ ଆରମ୍ଭ କଲା ଉଦ୍ୟମ first appeared on Sambad.

from ଜିଲ୍ଲା | Sambad https://ift.tt/3jI4YRP