ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ଠାରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ କରୋନା ପାଇଁ ପ୍ରଥମ ମାତ୍ରା ଟିକାକରଣ ଶହେ ପ୍ରତିଶତ ହୋଇଥିବାରୁ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ. ପ୍ରଫୁଲ କୁମାର ନନ୍ଦ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଡିଓ ଅଜୟ କୁମାର ପ୍ରଧାନ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡଃ. ଜ୍ୟୋତି ରଂଜନ ନାୟକ, ବାଲିମୀ ଗୋପାଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, ଡିପିଏମ ବନବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରଥମମାତ୍ରା ଟୀକାକରଣ ପାଇଁ ୪୭ ହଜାର ୬୦୯ ଲକ୍ଷ୍ୟ ରହିଥିବା ବେଳେ ଗୋଷ୍ଠୀ ତରଫରୁ ୪୮,୦୩୦ ଜଣକୁ ଟୀକା ପ୍ରଦାନ କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶହେ ପ୍ରତିଶତ ଉପଲବ୍ଧ ହୋଇଥିବାରୁ ସମ୍ମାନ ପତ୍ର ଦେବା ସହ ପୁରସ୍କୃତ କରାଯାଇଥିଲା। ଏଥିସହ ଦ୍ବିତୀୟ ମାତ୍ରା ଟୀକାକରଣ ଯେପରି ଶହେ ପ୍ରତିଶତ ହେବ ସେନେଇ ଯୋଜନା ପ୍ରସ୍ତୁତି ଆରମ୍ଭ କରାଯାଇଥିବା ସୂଚନା ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ଜୈନ, ଶିବ ପ୍ରସାଦ ପ୍ରହରାଜ, କେ.ମଣ୍ଟୁ, ପଞ୍ଚାୟତ ଅଧିକାରୀ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଜନସାଧାରଣ ଉପସ୍ଥିତ ରହିଥିଲେ।

The post ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶହେ ପ୍ରତିଶତ ଟିକାକରଣକୁ ନେଇ ସମ୍ବର୍ଦ୍ଧନା ଉତ୍ସବ ପାଳନ first appeared on Sambad.

from ଜିଲ୍ଲା | Sambad https://ift.tt/3kbKGR1