
ଗୋପାଳପୁର : ରବିବାର ଦିନ ଗୋପାଳପୁର ସମୁଦ୍ରରେ ୧୨ ଜଣ ପର୍ଯ୍ୟଟକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଗୋପାଳପୁର ବେଳାଭୂମିରେ ନିୟୋଜିତ ଲାଇଫ୍ଗାର୍ଡ଼ ଓ ଓଟିଡିସି ପକ୍ଷରୁ ଚାଲିଥିବା ବୋଟିଂ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସମୟୋଚିତ ପଦକ୍ଷେପ ଫଳରେ ପର୍ଯ୍ୟଟକମାନେ ଉଦ୍ଧାର ହୋଇଛନ୍ତି।
ରବିବାର ରବିବାର ଛୁଟି ଦିନ ଥିବାରୁ ସକାଳୁ ସକାଳୁ ବେଳାଭୂମିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ସକାଳ ସାଢ଼େ ୭ଟାରୁ ସଂଧ୍ୟା ୫ଟା ମଧ୍ୟରେ ପୃଥକ୍ ପୃଥକ୍ ସମୟରେ ସମୁଦ୍ରରେ ବୁଡ଼ି ଯାଉଥିବା ୧୨ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ସକାଳ ସାଢ଼େ ୭ଟା ବେଳେ ୬ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଯାଉଥିବା ଦେଖି ଓଟିଡିସି ପକ୍ଷରୁ ରାଜସ୍ଥାନର ଡୁନିମା ଇଂଜିନିୟରିଂ ପ୍ରାଇଭେଟ୍ କଂପାନିର ଚାଲିଥିବା ଦୁଇଟି ବୋଟ୍ରେ ବୋଟିଂ କର୍ମଚାରୀମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ବୁଡ଼ି ଯାଉଥିବା ପର୍ଯ୍ୟଟକମାନେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ। ସେଭଳି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କେନ୍ଦ୍ରାପଡ଼ାର ପ୍ରଫୁଲ୍ଲ କୁମାର ସାହୁ ଓ ସୁନିଲ ଗୌଡ଼ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ବୋଟିଂ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଏହି ଘଟଣାର କିଛି ସମୟ ପରେ ପୁଣି ଦୁଇ ଜଣ ପର୍ଯ୍ୟଟକଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା। ଅପରାହ୍ଣ ୪ଟା ବେଳେ ଛତ୍ରପୁର ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମର ଜଗଦୀଶ ବେହେରା ଓ ମୟୂରଭଞ୍ଜ ଜିଲ୍ଲା ଆଦରପଦା ଗ୍ରାମର କାଇରା ବାନାରା ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ବେଳାଭୂମିରେ ନିୟୋଜିତ ଥିବା ଲାଇଫଗାର୍ଡ଼ ଜି. ଚିଟିବାବୁ ଜଗଦୀଶଙ୍କୁ ଉଦ୍ଧାର କରିଥିବା ବେଳେ କାଇରାଙ୍କୁ ବୋଟିଂ କର୍ମଚାରୀ ଉଦ୍ଧାର କରିଥିଲେ।
The post ବୁଡ଼ି ଯାଉଯାଉ ବର୍ତ୍ତିଗଲେ ୧୨ ପର୍ଯ୍ୟଟକ first appeared on Sambad.from ଜିଲ୍ଲା | Sambad https://ift.tt/3EuD7fR
0 Comments