ସମ୍ବଲପୁର : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରବିବାର ଏକ ଅଜଗରରେ ମୃତ୍ୟୁ ଘଟିଛି। ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ସ୍ବପ୍ନେଶ୍ବର ନଗର ଅଞ୍ଚଳରେ ଏକ ଗଛରୁ ଅଜଗରଟି ବିଦ୍ୟୁତ୍‌ ତାର ଉପରକୁ ଚାଲି ଯାଇଥିଲା। କିଛି ସମୟ ଗୋଟିଏ ତାରରେ ରହିଥିଲା। ପରେ ସେଠାରୁ ବାହାରକୁ ଆଶିବା ପାଇଁ ଚେଷ୍ଟା କରି ଅନ୍ୟ ତାର ଉପରକୁ ଚାଲି ଆସିଥିଲା। ଯାହା ଫଳରେ ତାର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ବିଦ୍ୟୁତ୍‌ ବିଭାଗ ସହ ଯୋଗାଯୋଗ କରିଥିଲେ। ବିଦ୍ୟୁତ୍‌ ସରବରାହ ବନ୍ଦ କରି ଅଜଗରକୁ ସେଠାରୁ ତଳକୁ ଅଣାଯାଇଥିଲା। ସେତବେଳକୁ ତାର ମୃତ୍ୟୁ ଘଟି ସାରିଥିଲା।

The post ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଅଜଗର ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3uDyZqf