ରାଉରକେଲା : ରାଜଧାନୀ ଭୁବନେଶ୍ବର, ମୟୂରଭଞ୍ଜ, ଆଠଗଡ଼ ଓ କଟକ ପରେ ସ୍ମାର୍ଟସିଟି ରାଉରକେଲାରେ ଧରାପଡିଛନ୍ତି ବଜ୍ରକ୍ରାପ୍ତା ରାକେଟ୍‌। ଗତକାଲି ରାତିରେ ଷ୍ଟେସନ ନିକଟ ଏକ ହୋଟେଲରେ ୩୦ ଲକ୍ଷ ଟଙ୍କାର ଡିଲ୍ ଚାଲିଥିଲାବେଳେ ରାଉର‌କେଲା ରେଳବାଇ ପୁଲିସର ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ରାଉରକେଲାର ଦୁଇ ବେପାରୀ ଫେରାର ହୋଇଯାଇଥିଲାବେଳେ ଅନ୍ୟ ୧୨ ଜଣଙ୍କୁ ପୁଲିସ ରେଳବାଇ ରିଜର୍ଭରେ ଅଟକ ରଖିଛି। ଅଟକ ଯୁବକମାନେ ବଡବିଲ, କେନ୍ଦୁଝର, ଭଦ୍ରକ, କଟକ, ଭଦ୍ରକ ଓ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ନିକଟରୁ ପୁଲିସ ବଜ୍ରକାପ୍ତା ଜବତ କରି ପାରିନାହିଁ। ବଜ୍ରକାପ୍ତା କୁଆଡେ ଗଲା, ୧୨ ଜଣ କ’ଣ ପାଇଁ ହୋଟେଲରେ ଏକାଠି ହୋଇଇଥିଲେ; ପୁଲିସ ତା’ର ଖୋଳତାଡ ଜାରି ରଖିଛି। ସେପଟେ ଫେରାର ଥିବା ସହରର ଦୁଇ ବେପାରୀଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ରେଳବାଇ ଏସ୍‌ପି ଅରୁଣ କୁମାର ଜେନା କହିଛନ୍ତି, ୧୨ଜଣକୁ ଷ୍ଟେସନ ନିକଟରୁ ଧରି ଅଟକ ରଖି ପଚରାଉଚୁରା କରାଯାଉଛି। ବଜ୍ରକାପ୍ତା ସଂକ୍ରାନ୍ତରେ କିଣାବିକା ହେଉଥିଲା କି ନାହିଁ, କିଛି ସ୍ପଷ୍ଟ‌ ହୋଇନାହିଁ।

ମିଳିଥିଲା ସୂଚନା ମୁତାବକ ରାଉରକେଲାର ଦୁଇ ବେପାରୀ ବଜ୍ରକାପ୍ତା କିଣିବାକୁ ଅଟକ ୧୨ ଯୁବକଙ୍କ କଥାବାର୍ତ୍ତା କରିଥିଲେ। ଦୁଇ ବେପାରୀଙ୍କ କିଣିବାକୁ ରାଜି ହେବା ପରେ ୧୨ ଯୁବକ ଏକ ବୋଲେରୋ ଗତକାଲି ରାତି ପ୍ରାୟ ୯ଟାରେ ରାଉରକେଲା ଷ୍ଟେସନ ନିକଟରେ ଥିବା ହୋଟେଲରେ ରହିଥିଲେ। ରାତିରେ ବଜ୍ରକାପ୍ତା କିଣାବିକା ଡିଲ୍‌ ଚାଲିଥିବା ସଂକ୍ରାନ୍ତରେ ରେଳବାଇ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରେଳବାଇ ପୁଲିସର ସ୍ବତନ୍ତ୍ର ପୁଲିସ ଟିମ୍‌ ବିଳମ୍ବିତ ରାତିରେ ହୋଟେଲ ଉପରେ ଚଢ଼ଉ କରିଥିଲେ।

The post ରାଉରକେଲା ବଜ୍ରକାପ୍ତା ରାକେଟ୍‌, ୩୦ ଲକ୍ଷରେ କିଣାବିକା ବେଳେ ଧରାପଡ଼ିଲେ first appeared on Sambad.

from ଜିଲ୍ଲା | Sambad https://ift.tt/2WMZE7h