
ବାଲେଶ୍ୱର : କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ୫ ବର୍ଷ ପାଇଁ ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷଣା କରାଯାଇଛି। ବିଗତ ୨୯ ବର୍ଷ ଧରି ଏହି ପୁରସ୍କାର ପ୍ରଦାନ କରାଯାଇଆସୁଥିବା ବେଳେ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଏହି ଉତ୍ସବ ଅନିର୍ଦ୍ଦିଷ୍ଟ କାରଣରୁ ହୋଇ ପାରିନାହିଁ। ତେବେ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସଦ ପକ୍ଷରୁ ଘୋଷଣା କରାଯାଇଛି।
୨୦୧୭ ମସିହା ପାଇଁ ଭଦ୍ରକର ଯୁବକବି କିଶୋର ପାଣିଗ୍ରାହୀ ମନୋନୀତ ହୋଇଥିବା ବେଳେ ୨୦୧୮ ପାଇଁ ବାଲେଶ୍ବରର କବୟିତ୍ରୀ ଡ.ଶୁଭଶ୍ରୀ ଲେଙ୍କା, ୨୦୧୯ ପାଇଁ କୋରାପୁଟର କବି ପ୍ରୀତିଧାରା ସାମଲ, ୨୦୨୦ ପାଇଁ ପୁରୀର ଇପ୍ସିତା ଷଡ଼ଙ୍ଗୀ ଓ ୨୦୨୧ ପାଇଁ ଭୁବନେଶ୍ବରର ବାଦଲ ମହାନ୍ତି ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସଂସଦ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ସମ୍ପାଦକ କୃଷ୍ଣକୁମାର ମହାନ୍ତି ଓ ସଂଯୋଜକ ଅରୁଣ ଖିଲାର ଏହା ପ୍ରକାଶ କରିଛନ୍ତି। ନଭେମ୍ବର ମାସ ଦ୍ବିତୀୟ ସପ୍ତାହରେ ଭଦ୍ରକ ଚିଙ୍ଗୁଡ଼ିପୁରସ୍ଥିତ ନବନିର୍ମିତ ସଂସଦର ନିଜସ୍ବ ‘ବସନ୍ତ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ୨୯ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ ଅବସରରେ ଉପରୋକ୍ତ ବିଜେତାଙ୍କୁ ପୁରସ୍କାର ସ୍ବରୂପ ନଗଦ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ସମସ୍ତ ବିଜୟୀ ପ୍ରତିଭାଙ୍କୁ ସଂସଦ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
The post କବି ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷଣା first appeared on Sambad.from ଜିଲ୍ଲା | Sambad https://ift.tt/3mZu7rS
0 Comments