
ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଝଲପ ପଞ୍ଚାୟତରେ ଜବକାର୍ଡଧାରୀ ଶ୍ରମିକମାନେ ମନରେଗାରେ ମାଟିକାମ କରିଥିଲେ। କାମ କରିବାର ୫ ମାସ ପରେ ବି ପାଉଣା ମିଳି ନାହିଁ। ଶେଷରେ ସୋମବାର ଏହାକୁ ନେଇ ଶତାଧିକ ଶ୍ରମିକ ପଞ୍ଚାୟତ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପୂର୍ବରୁ ସେମାନେ ବିଭିନ୍ନ ସ୍ଲୋଗାନ ଦେଇ ଝଲପ ଗ୍ରାମ ପରିକ୍ରମା କରିଥିଲେ। ପଞ୍ଚାୟତ ଅଫିସ ବନ୍ଦ ଥିବାରୁ ଶ୍ରମିକମାନେ ବଙ୍ଗୋମୁଣ୍ଡା ବ୍ଲକ୍ ଅଫିସକୁ ଯାଇ ଅଭିଯୋଗପତ୍ର ପ୍ରଦାନ କରିଥିଲେ।
ଏ ସଂପର୍କରେ ଝଲପ ପଞ୍ଚାୟତର ଇଓ ଯୁଧିଷ୍ଠିର ସାହୁଙ୍କୁ ପଚାରିବାରୁ ଜେଇ ବିଲ୍ କରି ନଥିବାରୁ ଏଭଳି ସମସ୍ୟା ହୋଇଛି ବୋଲି ସେ କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଶ୍ରମିକମାନଙ୍କ ସହ ଗରିବ ସେନାର ସଭାପତି ଦୀନେଶ ତାଣ୍ଡି, ଡାକରୁଣୀ ବାରିକ, ପରଦୁନୀ ଦୀପ, ଯୋଗେଶ ସାହୁ, ଝସକେତନ ବାରିକ, ଦୀନ ସାହୁ, ଗଜାନନ ପୁଟେଲ, ଜଳନ୍ଧର ସାହୁ ପ୍ରମୁଖ ସାମିଲ ଥିଲେ।
The post ମନରେଗା କାମ କରି ଶ୍ରମିକଙ୍କୁ ମିଳିଲାନି ପାଉଣା, ଝଲପ ପଞ୍ଚାୟତ ଅଫିସ ଆଗରେ ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/2Za77yp
0 Comments