କଟକ: କଟକ ‘ଏ’ ଦଳ ଚଳିତ ଋତୁର କଳାହାଣ୍ତି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ଖେଳାଯାଇଥିବା ଫାଇନାଲ୍‌ରେ କଟକ ଦଳ ୮୨ ରନ୍‌ର ପାଳି ଅଗ୍ରଣୀ ପାଇ ବିଜେତା ଘୋଷିତ ହୋଇଛି। ଇକୋର୍ସାର ପ୍ରଥମ ଦିନର ସ୍କୋର ୧୭୪ ରନ୍‌ ଜବାବରେ କଟକ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ଵିକେଟ ବିନିମୟରେ ୨୫୬ ରନ୍‌ କରିଥିଲା। ବିପ୍ଲବ ସାମନ୍ତରାୟ ଶତକ ଅର୍ଜନ କରିଥିଲେ। ସେ ୧୩୨ ବଲ୍‌ରୁ ୧୩ ଚୌକା ଓ ୧ ଛକା ସହାୟତାରେ ୧୦୯* ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ବ୍ୟତୀତ ପ୍ରତ୍ୟୁଷ ପ୍ରଧାନ ୩୦, ଯଜ୍ଞଜୀତ ସାହୁ ୨୨, ସୌଭାଗ୍ୟ ର˚ଜନ ମିଶ୍ର ୨୮, ଅରବିନ୍ଦ ସି˚ହ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଇକୋର୍ସା ପକ୍ଷରୁ ଲଗ୍ନଜିତ ସାମଲ (୨ ୱିକେଟ୍‌) ସଫଳ ବୋଲର ରହିଥିଲେ। ଫାଇନାଲ ମ୍ୟାଚ୍‌କୁ ଦୁର୍ଗାଦତ୍ତ ଦାସ, ପ୍ରୀତିର˚ଜନ ବିଜୟସି˚ହ, ବୀରବର ନାୟକ ଓ ବାସୁ ଶେଖର ପରିଚାଳନା କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସ˚ଜୟ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ୍‌, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସ˚ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, କାଉନସିଲ ସଦସ୍ୟ ସୁବାଶିଷ ସେନାପତି, ସିଇଓ ସୁବ୍ରତ କୁମାର ବେହେରା ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ଥିଲେ।

The post ବିପ୍ଳବଙ୍କ ଶତକ: କଟକ-ଏ ଜିତିଲା କଳାହାଣ୍ତି କପ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3jIRc1n