
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଶିଷ୍ଟ ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ(୫୬) ଗତ ୬ ତାରିଖ ଦିନ ନିକଟସ୍ଥ ବିଜୁ ଏକ୍ସପ୍ରେସ୍ ୱେକୁ ସାନ୍ଧ୍ୟ ଭ୍ରମଣରେ ଯାଇଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୋର୍ପିଓ ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଥିବା ସ୍କୋର୍ପିଓ ସେଠାରୁ ଫେରାର ହୋଇ ଯାଇଥିଲା।
ତେବେ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡ଼ିକୁ ଧରିବା ପାଇଁ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ଧର୍ମଗଡ଼ ପୁଲିସ ତତ୍ପରତା ପ୍ରକାଶ କରି ଛତିଶଗଡ଼ ରାଜ୍ୟର ପରୁଆପାଲି ଗ୍ରାମରୁ ଏହାକୁ ଠାବ କରିବାରେ ସଫଳ ହୋଇଥିଲା। ଉକ୍ତ ଗାଡିଟି ସମ୍ପ୍ରତ୍ତି ଧର୍ମଗଡ଼ ଥାନାରେ ଅଟକ ରହିଛି। ଦୁର୍ଘଟଣା ଘଟାଇ ଥିବା ଗାଡ଼ିର ନମ୍ବର ପ୍ଲେଟ ବଦଳ, ଗାଡି ପଛ ପଟ ଗ୍ଲାସରେ ନୂଆ ଷ୍ଟିକରିଙ୍ଗ କରାଯାଇଥିବା ଦେଖିବାକୁ ମିଳିଛ।
ଦୁର୍ଘଟଣା ଘଟାଇବା ପରେ ଥାନାରେ ଗାଡିକୁ ନ ନେବା, ନମ୍ବର ପ୍ଲେଟ ବଦଳ କରିବା ଏବଂ ପଛ ପଟ କାଚର ଗ୍ରାଫିକ୍ସ କୁ ପରିବର୍ତ୍ତନ କରିବା ପଛରେ କିଛି ଅନ୍ୟ ଉଦେଶ୍ୟ ରହିଥିବା ଅନୁମାନ କରାଯାଉଛି। ସ୍ୱର୍ଗତ ବ୍ୟବସାୟୀଙ୍କ ବ୍ୟବସାୟ ଛତିଶଗଡ଼ ରାଜ୍ୟରେ ମଧ୍ୟ ଥିବାରୁ ଦୁର୍ଘଟଣା ପଛରେ ସୁପରିକଳ୍ପିତ ଚକ୍ରାନ୍ତ ଥିବା ଘଟଣାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ବୋଲି ବ୍ୟବସାୟୀ ସଂଘ ସନ୍ଦେହ ପ୍ରକାଶ କରିଛି।
ଏନେଇ ଗୁରୁବାର ଦିନ ଧର୍ମଗଡ଼ ବଣିକ ସଂଘ ଧର୍ମଗଡ଼ ଥାନା ଅଧିକାରୀ ଆଶୋକ ମହାପାତ୍ର, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କୁ ଭେଟି ତଦନ୍ତକୁ ତ୍ୱରାନ୍ଵିତ କରିବା ସହ ଜବତ ସ୍କୋର୍ପିଓ ଏବଂ ଏହାର ଚାଳକକୁ ତୁରନ୍ତ କୋର୍ଟଚାଲାଣ ପାଇଁ ଦାବି କରିଛନ୍ତି। ଏହି ପରିପେକ୍ଷିରେ ଏକ ଦାବି ପତ୍ର ଧର୍ମଗଡ଼ ଆଇଆଇସି, ଡ଼ିଏସପି ଏବଂ କଳାହାଣ୍ଡି ଏସପିଙ୍କୁ ପ୍ରଦାନ କରାଯାଇଛି। ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ସଂପାଦକ ଅରୁଣ କୁମାର ତାୟଲ, ବୈଦ୍ୟନାଥ ବେହେରା, ଶ୍ରବଣ ଅଗ୍ରୱାଲ, ସୁନିଲ ଅଗ୍ରୱାଲ, ସରୋଜ କୁମାର ସାହୁ, ନରେଶ ଚନ୍ଦ୍ର ଅଗ୍ରୱାଲ, ଅନିଲ ଅଗ୍ରୱାଲ, ହରେଶ ଅଗ୍ରୱାଲ ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଥିଲେ।
The post ବ୍ୟବସାୟୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କଲା ବ୍ୟବସାୟୀ ସଂଘ first appeared on Sambad.from ଜିଲ୍ଲା | Sambad https://ift.tt/3aGbkMm
0 Comments