ବୀରମହାରାଜପୁର: ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ବିଭିନ୍ନ ଦୁର୍ଗା ମେଢ଼ ଦର୍ଶନ କରିବା ସହ ମା’ ଦୂର୍ଗାଙ୍କ ଆଶୀର୍ବାଦ ନେଇଛନ୍ତି। ସେ ତାଙ୍କର ଧର୍ମପତ୍ନୀ ମେଘନା ସିଂହଦେଓଙ୍କ ସହିତ ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ପ୍ରଥମେ ରଥପୁର ଦୁର୍ଗା ମେଢ଼ ଦର୍ଶନ କରିଥିଲେ। ସେଠାରେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ମିନକେତନ ମହାକୁଡ଼ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଉଭୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଉଭୟ ପତି-ପତ୍ନୀ ଉଫୁଲା, ଦୁର୍ଗା ମେଢ଼ ଦେଖି ଥିଲେ। ତାପରେ ବସଷ୍ଟାଣ୍ଡ ଦୁର୍ଗା ମେଢ଼ ବୁଲି ତ୍ରିବେଣୀ ଛକଠାରେ ନବ ନିର୍ମିତ ଦୁର୍ଗା ମନ୍ଦିରକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ବୀରମହାରାଜପୁରରେ ମେଢ଼ ବୁଲିସାରି ସେମାନେ ଉଲୁଣ୍ଡା ବ୍ଳକ କଳାପଥର ଗ୍ରାମକୁ ଯାଇ ମା’ ଦୁର୍ଗାଙ୍କ ଦର୍ଶନ କରିଥିଲେ। ସେଠାରେ ମଧ୍ୟ ସମସ୍ତ ଦୁର୍ଗାପୂଜା କମିଟି ତରଫରୁ ଶ୍ରୀଯୁକ୍ତ ସିଂହଦେଓ ଓ ତାଙ୍କ ଧର୍ମପତ୍ନୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, କଲ୍ଲୋଳ ମିଶ୍ର, ମିନକେତନ ମହାକୁଡ଼, ଧିରେନ୍ଦ୍ର ନାରାୟଣ ପଣ୍ଡା, ପ୍ରକାଶ କୁମାର ବେଦୋକ୍ତା, ରାଜୁ ବିଶି, ବିଶେଷ ପଧାନ ଓ ଅନ୍ୟାନ୍ୟ ବ୍ୟକ୍ତି ଥିଲେ।

The post ଦୁର୍ଗା ମେଢ଼ ଦର୍ଶନ କଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ first appeared on Sambad.

from ଜିଲ୍ଲା | Sambad https://ift.tt/2YYRVUP