
ଆନନ୍ଦପୁର : ଘସିପୁରା ବ୍ଲକ୍ ରେକୁଟିଆରେ ମୋବାଇଲ ରିଚାର୍ଜ ନକରିବାରୁ ବାପ-ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ବାପପୁଅ ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, କାଳନ୍ଦୀ କେଶୀ (୬୦)ଙ୍କ ଏକ ମୋବାଇଲ ଦୋକାନ ରେକୁଟିଆ କୁଶଳେଶ୍ବର କଲେଜ ଆଗରେ ରହିଛି। ଆଜି ରାତି ପ୍ରାୟ ୯ଟାବେଳେ ରେକୁଟିଆର ଜଣେ ଯୁବକ ମୋବାଇଲ ରିଚାର୍ଜ କରିବାକୁ ଦୋକାନକୁ ଆସିଥିଲେ। ଦୋକାନରେ ବସିଥିବା ବାପପୁଅ ରିଚାର୍ଜ କରିବାକୁ ମନା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣଙ୍କ ଘରୁ ଏକ ଖଣ୍ଡା ଆଣି କାଳନ୍ଦୀ ଓ ତାଙ୍କ ପୁଅ ମନୋଜଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।
The post ମୋବାଇଲ ରିଚାର୍ଜ ନକରିବାରୁ ବାପ-ପୁଅଙ୍କୁ ଆକ୍ରମଣ first appeared on Sambad.from ଜିଲ୍ଲା | Sambad https://ift.tt/3DTQ42x
0 Comments