ଆନନ୍ଦପୁର : ଘସିପୁରା ଥାନା ଧକୋଠା ପଞ୍ଚାୟତ ଅମାରଙ୍ଗ ଗ୍ରାମର ବିଧବା ସୁରତି ନାୟକ (୪୫)ଙ୍କୁ ହତ୍ୟା ଘଟଣାର ତିନିଦିନ ପରେ ମଧ୍ୟ ତାଙ୍କ ମୁଣ୍ଡ ଓ ଦୁଇହାତ ଅଦ୍ୟାବଧି ଉଦ୍ଧାର କରାଯାଇ ନାହିଁ। ପୁଲିସ୍ ପକ୍ଷରୁ ରବିବାର ଦିନତମାମ ନଦୀକୂଳରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନାହିଁ। ଫଳରେ ମୃତଦେହ ବ୍ୟବଚ୍ଛେଦ ସମ୍ଭବ ହୋଇପାରିନାହିଁ।

ଉଦ୍ଧାର ହୋଇଥିବା ଶରୀରର ଉଭୟ ଭାଗକୁ କେନ୍ଦୁଝର ଶବାଗାରରେ ରଖାଯାଇଛି। ମୃତଦେହ ଉଦ୍ଧାର ହୋଇନଥିବାରୁ ଅଭିଯୁକ୍ତ ଦେଡ଼ଶୁର ଶତ୍ରୁଘ୍ନଙ୍କୁ କୋର୍ଟଚାଲାଣ କରାଯାଇପାରି ନାହିଁ। ୧୪ ତାରିଖ ରାତି ପ୍ରାୟ ୧୦ଟାବେଳେ ଶତ୍ରୁଘ୍ନ ଏକ କାତିରେ ସୁରତିଙ୍କୁ ହାଣି ଖଣ୍ଡଖଣ୍ଡ କରି ବୈତରଣୀ ନଦୀରେ ଭସାଇ ଦେଇଥିଲେ। ତେବେ ମୃତଦେହର ମୁଣ୍ଡ ଓ ଦୁଇହାତ ମିଳିପାରି ନଥିବାରୁ ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

The post ମିଳୁନି ମହିଳାଙ୍କ ମୃତଦେହର ମୁଣ୍ଡ, ପୁଲିସ ନାକେଦମ first appeared on Sambad.

from ଜିଲ୍ଲା | Sambad https://ift.tt/3pc80B6