କବାଟବନ୍ଧ: ଯାଜପୁର ଏସ୍‌ପିଙ୍କ ସ୍ପେଶାଲ ସ୍କ୍ବାଡ୍‌ ଆଜି ଜେନାପୁର ଥାନା କବାଟବନ୍ଧ ବଣିଆସାହି ପାଖ ଏକ ପାନ ଦୋକାନରୁ ଗଞ୍ଜେଇ, ମଦ ସହ ଏକ ବାଇକ୍‌ ଜବତ କରିଛି। ସେଠାରେ ସନ୍ଦେହଜନକ ଅବସ୍ଥାରେ ଥିବା ପଲସର (ଓଡି ୦୪ ୩୩୮୪)କୁ ଜବତ କରିବା ସହ ପାନ ଦୋକାନରୁ ଗଞ୍ଜେଇ ମିଶା ସିଗାରେଟ ଓ କିଛି ଦେଶୀ ମଦ ଜବତ ହୋଇଥିଲା। ଜେନାପୁର ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ସଦଳବଳେ ପାନ ଦୋକାନରେ ପହଞ୍ଚି ବାଇକ ସମେତ ଗଞ୍ଜେଇ ଓ ମଦକୁ ଜବତ କରି ଥାନାକୁ ନେଇଛନ୍ତି। ସେହି ଦୋକାନରୁ ଏକ ଖେଳନା ପିସ୍ତଲ ମିଳିଛି। ତାହା ଦେଖାଇ ସଂପୃକ୍ତ ପାନ ଦୋକାନୀ ଓ ଅନ୍ୟ କେତେଜଣ ମିଶି ରାହାଜାନି କରୁଥିଲେ ବୋଲି ପୁଲିସ ସନ୍ଦେହ କରୁଛି।

The post ବାଇକ ସହ ଗଞ୍ଜେଇ, ମଦ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/2ZZRtG2