
ଜଟଣୀ: କେରଳର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାର ଡେପୁଟି ଡାଇରେକ୍ଟର ସାରଦା ମୂରଲୀଧରନ ସୋମବାର ଜଟଣୀ ଗସ୍ତ କରିଛନ୍ତି ।
ଏହି ଗସ୍ତରେ ସେ ଜଟଣୀ ସେଟ୍ଅପ୍ ଓ ୱେଲ୍ଥ ସେଂଟର ପରିଦର୍ଶନ କରିବା ସହ ମିଶନଶକ୍ତି ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ସହ ମାଇକ୍ରୋ କଂପୋଷ୍ଟିଂ ସେଂଟର (ଏମ୍ସିସି), ମେଟେରିଆଲ୍ ରିକଭରି ଫେସିଲିଟି (ଏମ୍ଆର୍ଏଫ୍), କନ୍ଷ୍ଟ୍ରକ୍ସନ ଆଣ୍ଡ ଡିମୋଲିସନ୍ ୱେଷ୍ଟ (ସି ଆଣ୍ଡ ଡି) ଆଦି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଆଲୋଚନାରେ ଟିଜି ବିଓଭି ଅପରେଟର ଅମ୍ରିତା ମହାପାତ୍ର ତାଙ୍କୁ ଜଟଣୀର ବିଭିନ୍ନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଯୋଗଦାନ ସମ୍ପର୍କରେ ବୁଝାଇଥିଲେ । ଏହା ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱଚ୍ଛସାଥୀ ଓ ସ୍ୱଚ୍ଛସାଥୀ ସୁପରଭାଇଜରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଗସ୍ତବେଳେ ଜଟଣୀ ପୌର ନିର୍ବାହୀ ଅଧିକାରୀ, ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
The post କେରଳ ଅତିରିକ୍ତ ମୁଖ୍ୟ ସଚିବଙ୍କ ଜଟଣୀ ଗସ୍ତ first appeared on Sambad.from ଜିଲ୍ଲା | Sambad https://ift.tt/2ZBqMYv
0 Comments