ଜୟପୁର: ଅନ୍ୟଙ୍କ ପାଇଁ ଅଦରକାରୀ ଏବଂ ମଇଳା । ହେଲେ ଏହା କିନ୍ତୁ ୨ଜଣଙ୍କ ପରିବାରର ବଂଚିବାର ରାହା ପାଲଟିଛି। ଡମ୍ପିଂ ୟାର୍ଡର ଆବର୍ଜନା ମଧ୍ୟରୁ ଜୀବିକା ସାଉଁଟୁଛନ୍ତି ୨ ଯୁବକ। ଏହା ପଥଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ ହେଲେ ସୀମା ବେନିଆ ଓ ଗଣେଶ ଖୋସ୍ଲା। ଏହି ଦୁଇ ଜଣଙ୍କର ନୁହେଁ ବୁଲା ଗାଈ ଓ କୁକୁରଙ୍କ ବି ଏହା ଖାଦ୍ୟ ଖୋଜିବାର ପ୍ରମୁଖ ସ୍ଥାନ  ପାଲଟିଛି।

ସୀମା  ଓ ଗଣେଶଙ୍କର ଘର ପୋଡାଗଡ଼ ନିକଟ ନିରାନିଗୁଡ଼ା ଗାଁରେ। ଏମସିସି କମ୍ ୱେଲଥ୍ ସେଣ୍ଟର ନିକଟରେ କରାଯାଇଥିବା ଡମ୍ପିଂୟାର୍ଡ ମଇଳାରୁ ପ୍ଲାଷ୍ଟିକ ଡ଼ବା, ଡକୁ, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଜି ଖୋଜି ବାହାର କରି ଜମା କରି ରଖୁଛନ୍ତି। ତାହାକୁ ନେଇ କୱାଡ଼ିୱାଲାଙ୍କ ନିକଟରେ ବିକ୍ରୀ କରି ଯାହା କିଛି ମିଳୁଛି ସେତିକି ଟଙ୍କାକୁ ଜମା ରଖି ନିଜ ପରିବାର ନିକଟକୁ ପଠାଉଥିବା କହିଛନ୍ତି।

ଏହି ଏମସିସି ସେଣ୍ଟର ସମ୍ମୁଖ ଡମ୍ପିଂୟାର୍ଡରେ ଦିନ ତମାମ ମଇଳା ପଡ଼ି ରହିବା ଫଳରେ ଅଂଚଳରେ ପୁତିଗନ୍ଦମୟ ପରିବେଶ ସୃଷ୍ଟି କରୁଛି। ତା ସାଙ୍ଗକୁ ଜୀବନର ରାହା ଖୋଜୁ ଖୋଜୁ ସୀମା ଓ ଗଣେଶର ସ୍ବାସ୍ଥ୍ୟ ଉପରେ ବି ପ୍ରଭାବ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।  ପ୍ରଶାସନ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

The post ଜୀବିକା ପାଲଟିଛି ଡମ୍ପିଂୟାର୍ଡର ଆବର୍ଜନା first appeared on Sambad.

from ଜିଲ୍ଲା | Sambad https://ift.tt/3D5Kt8j