ହାଟଡିହି: ହାଟଡିହି ବ୍ଲକ୍‌ ସୋସୋ ଗ୍ରାମରେ ପୋଖରୀରେ ବୁଡ଼ି ଏକ ଅଢ଼େଇ ବର୍ଷର ଶିଶୁକନ୍ୟାର ଜୀବନ ଯାଇଛି। ଗ୍ରାମର ମନୋଜ ବେହେରାଙ୍କ ଝିଅ ପାୟଲ ତିନିଦିନ ତଳେ ବଡ଼ଓଷା ପାଇଁ ମା’ଙ୍କ ସହିତ ମାମୁଘର ଅଗିରାଗଡ଼ିଆକୁ ଯାଇଥିଲେ। ଶୁକ୍ସବାର ସନ୍ଧ୍ୟାରେ ସେ ବାଡ଼ିପଟେ ଖେଳୁଥିବା ସମୟରେ ପୋଖରୀରେ ପଡ଼ି ଯାଇଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ଶବ ବ୍ୟବଚ୍ଛେଦ ହୋଇ ଘରକୁ ଆସିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

The post ପୋଖରୀରେ ବୁଡ଼ି ଶିଶୁକନ୍ୟାର ଜୀବନ ଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3CCW5j9