ନାରାୟଣପାଟଣା: ନକଲି ସୁନା ହାର ଦେଇ ଅସଲି ସୁନା ନେଇ ଫେରାର ମାରିଛନ୍ତି ଛତିଶଗଡ଼ରୁ ଆସି ନାରାଣପାଟଣାଠାରେ ଚୁଡ଼ି ବ୍ୟବସାୟ କରୁଥିବା ବଂଜାର ପରିବାର। ଆଜି ଥାନାରେ ଆଦିବାସୀ ମହିଳା ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ମିଳିଥିବା ସୂଚନା ମୁତାବକ ନାରାୟଣପାଟଣା ସଦର ମହକୁମା ଖଣ୍ଡିଆ ସାହିରେ କିଛିଦିନ ତଳେ ଛତିଶଗଡରୁ ୨୦ ରୁ ଉର୍ଦ୍ଧ୍ବ ବଞ୍ଜରା ପରିବାର ଆସି ନାରାଣପାଟଣାଠାରେ ବିଭିନ୍ନ ଜାଗାରେ ପାଲ ଟାଙ୍ଗୀ ରହୁଛନ୍ତି। ଦିନରେ ଗାଁ ଗାଁ ବୁଲି ଚୁଡ଼ି,ମାଳି ବିକ୍ରି କରିବା ସହ ମାଗି ଯାଚି ଖାଇବା ସଂଗ୍ରହ କରୁଥିଲେ।

କିନ୍ତୁ କାଲି ଖଣ୍ଡିଆ ସାହିର ମିନୀୟକା ବିନୀ, ଯାମ୍ବୁ ନାଚିକା, ଶିରିକା ଦେବକୁ ତାଙ୍କର ପୁରୁଣା ସୁନା ମାଳିକୁ ଛତିଶଗଡ ଢଙ୍ଗରେ ବୁଣି ଦେବାକୁ କହିଥିଲେ। ମନାକରିବାରୁ ଏଣୁତେଣୁ କଥାର ପ୍ରଲୋଭନ ଦେଖାଇ ଆଗରୁ ଆଣିଥିବା ଅବିକଳ ନକଲି ସୁନା ମାଳୀକୁ ଦେଇ ଅସଲି ସୁନା ଗହଣା ଧରି ରାତାରାତି ଅନ୍ୟ ଅଞ୍ଚଳକୁ ଚାଲି ଯାଇଥିବା ଜଣାପଡିଛି।ସକାଳୁ ଜାଣିପାରି ବଣିଆକୁ ପାଖକୁ ନେଇ ଚେକିଂ କରି ନକଲି ସୁନା ଜାଣିବା ପରେ ବହୁତ ଖୋଜାଖୋଜି କରି ଶେଷରେ ନାରାଣପାଟଣା ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଥାନା ଅଧିକାରୀ ଅନ୍ୟ ଜାଗାରେ ଛତିଶଗଡରୁ ସେମାନଙ୍କ ସହିତ ଆସିଥିବା ଅନ୍ୟ ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡିଛି। ତେଣୁ ନାରାଣପାଟଣା ଏପରି ଅସାଧୁ ଲୋକମାନଙ୍କୁ ତୁରନ୍ତ ଏହି ଅଞ୍ଚଳରୁ ତଡି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ନଚେତ ବହୁତ ଆଦିବାସୀ ପରିବାର ଏପରି ଠକାମିର ଶିକାର ହେବାର ଆଶଙ୍କା ଅଛି।

The post ସୁନା ହାର ଗୁନ୍ଥିବା କହି ଲୁଟି ନେଲେ ୬୦ଗ୍ରାମ ସୁନା: ନକଲି ଦେଇ ଅସଲି ନେଇଗଲେ ଛତିଶଗଡ଼ ଗ୍ରୁପ first appeared on Sambad.

from ଜିଲ୍ଲା | Sambad https://ift.tt/3HZtWqc