
ଯାଜପୁରଟାଉନ/ସଦର : ବିଦ୍ୟାଳୟ ପାଚିକା ଓ ସହାୟିକାମାନଙ୍କର ୨୮ ମାସର ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ, ପାଚିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହ ମାସିକ ୨୧ ହଜାର ଟଙ୍କାର ଦରମା ପ୍ରଦାନ ଇତ୍ୟାଦି ୭ ଦଫା ଦାବିରେ ସୋମବାର ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଯାଜପୁର ଶାଖା ପକ୍ଷରୁ ବିକ୍ଷୋଭ କରାଯାଇଛି। ୭ ଦଫା ଦାବି ପୂରଣ ପାଇଁ ୩ ଶହରୁ ଊର୍ଦ୍ଧ୍ବ ପାଚିକା ଓ ସହାୟିକା ଶୋଭାଯାତ୍ରାରେ ଯାଜପୁର ସହର ପରିକ୍ରମା କରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।
ସଂଗଠକ ପ୍ରଭାତି ମଲିକଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଂଗଠକ ରାଜକିଶୋର ମଲିକ ଓ ଏଆଇୟୁଟିୟୁସି ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ରାଜ୍ୟ ସରକାରଙ୍କ ଉଦାସୀନତାକୁ ସମାଲୋଚନା କରିଥିଲେ। ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଗଠନ ପକ୍ଷରୁ ସୀତାରାଣୀ ରାଉତ, ମିନତି ଦାସ, ଆରତୀ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
The post ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3cATr2E
0 Comments