
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଫାର୍ମାସିଷ୍ଟ ସଂଘ ପକ୍ଷରୁ ୬୦ ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସର ଥିବା ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ରକ୍ତଦାନ କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସାଧିକାରୀ ଡଃ. ବିଶ୍ୱରଂଜନ ପତି ଉଦ୍ଘାଟନ କରିଥିଲେ। ଏଥିରେ ୨୪ ଜଣ ଫାର୍ମାସିଷ୍ଟ ରକ୍ତଦାନ କରିଥିଲେ। ଏହାପରେ ଓପ୍ସା ଖୋର୍ଦ୍ଧା ଶାଖା ସଭାପତି ପ୍ରମୋଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୁଖ୍ୟ ଅତିଥି, ଡିଏମ୍ଓ ଡଃ. ବିଶ୍ୱମୋହନ ମିଶ୍ର, କ୍ୟାପିଟାଲ୍ ଆଇନ ମହାବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ଡଃ. ବୃନ୍ଦାବନ ପଣ୍ଡା, ଏଡିପିଏଚ୍ଓ ଡା ସୁବ୍ରତ କୁମାର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି, ରାଜ୍ୟ ଉପସାର ପୂର୍ବତନ ସଭାପତି ହାଜି ନସିମୁଦ୍ଦୀନ ଖାନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଫାର୍ମାସିଷ୍ଟ ଅଜୟ କୁମାର ମିଶ୍ର, ବି ଦାଶରଥୀ, ଡି. ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
The post ୬୦ ତମ ଜାତୀୟ ଫାର୍ମାସୀ ସପ୍ତାହ ଓ ରକ୍ତଦାନ ଶିବିର first appeared on Sambad.from ଜିଲ୍ଲା | Sambad https://ift.tt/3kVeuBF
0 Comments