
ବୈପାରିଗୁଡା: ଜନୈକ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସଂଦେହ ଜନକ ସ୍ଥିତି ସୃଷ୍ଟି ହୋଇଛି। ଘଟଣା ଅନୁଯାୟୀ ସାଧବ ପାଙ୍ଗିଙ୍କ ପତ୍ନୀ ସୁନ୍ଦରୀ ପାଙ୍ଗି (୫୫) ଙ୍କର ମଙ୍ଗଳବାର ସନ୍ଧ୍ୟା ସାତଟା ବେଳେ ମୃତ୍ୟୁ ହୋଇଯାଇଥିବା ବେଳେ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ତାଳପଦର ଗ୍ରାମ ଠାରେ। ମୃତକ ସୁନ୍ଦରୀର ସ୍ବାମୀ ସାଧବ ଏବଂ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସୁନ୍ଦରୀର ମୃତ୍ୟୁ ସ୍ବାଭାବିକ ଅବସ୍ଥାରେ ହୋଇଛି। କିନ୍ତୁ ସୁନ୍ଦରୀଙ୍କ ପୁତୁରା ହରି ଜାନୀ ନିଜ ପିଉସୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିବା ସହ ବୈପାରିଗୁଡା ଥାନାରେ ଏତଲା ଦାୟର କରିଛି।
ସାଧବ କହିବା ଅନୁଯାୟୀ ସୁନ୍ଦରୀ ନିଜ ମୁଣ୍ଡ ଭୀଷଣ ଭାବେ ବିନ୍ଧୁଛି ବୋଲି ଦୁଇ ଦିନ ପୂର୍ବରୁ କହି ଆସୁଥିଲା। ଗତକାଲି ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାର ସୁନ୍ଦରୀର ଭାଇ କମଳୁ ଜାନୀକୁ ଡ଼ାକି ଆଣିବା ପାଇଁ ସାଧବ ଲୋକ ପଠାଇଥିଲା। କମଳୁ ନିଜ ଗ୍ରାମ ନିଶନାଗୁଡାରୁ ତାଳପଦର ନିଜ ଭଉଣୀଙ୍କ ଘରେ ପହଞ୍ଚିବା ବେଳକୁ ସୁନ୍ଦରୀର ମୃତ୍ୟୁ ହୋଇଯାଇଥିଲା। ତେବେ ପୁତୁରା ହରି ଜାନୀ ପହଞ୍ଚି ଦେଖିବାକୁ ପାଇଲା ଯେ ପିଉସୀର ନାକ ଏବଂ ପାଟିରୁ ରକ୍ତ ବାହାରିଛି।ଏହା ଦେଖି ସେ ପିଉସୀକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ଥାନାରେ ଏତଲା ଦାୟର କରିଛି। ବୈପାରିଗୁଡା ଥାନା ଆଇଆଇସି ଈଶ୍ଵର ତାଣ୍ଡି ପୋଷ୍ଟମର୍ଟମ ପରେ ହିଁ ସତ୍ୟତା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।
The post ପିଉସୀଙ୍କ ସଂଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭଣଜା first appeared on Sambad.from ଜିଲ୍ଲା | Sambad https://ift.tt/3E55xxj
0 Comments