ଯାଜପୁର ସଦର : ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗର ମାଇକ୍ରୋ ଇକୋନୋମିକ୍ସ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀମାନେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ  ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି। ପାଠ୍ୟକ୍ରମ ସରି ନଥିବାବେଳେ କଲେଜ କର୍ତ୍ତୃପକ୍ଷ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି। ଆସନ୍ତା ୨୫ ତାରିଖଠାରୁ ଇଣ୍ଟରନାଲ୍ ପରୀକ୍ଷା ହେବାକୁ ସ୍ଥିର ହୋଇଛି।

ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗର ମାଇକ୍ରୋ ଇକୋନୋମିକ୍ସ ବିଷୟଟି ଆଦୌ ପଢ଼ା ଯାଇନଥିବାରୁ କିପରି ପରୀକ୍ଷା ଦେବେ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଥିଲେ। ଏହି ବିଷୟରେ ଥିଓରି ପରୀକ୍ଷା ନଥିବାରୁ ସଂପୂର୍ଣ୍ଣ ପରୀକ୍ଷାଫଳ ଇଣ୍ଟରନାଲ ମାର୍କ ଉପରେ ନିର୍ଭର କରୁଛି। ତେଣୁ ଛାତ୍ରଛାତ୍ରୀ ଏହାକୁ ନେଇ ଚିନ୍ତିତ ଅଛନ୍ତି। କଲେଜ ଛାତ୍ରଛାତ୍ରୀ  ପରୀକ୍ଷା ବାତିଲ କିମ୍ବା ଅନଲାଇନ ପରୀକ୍ଷା କରିବା ଦାବିରେ ମୁଖ୍ୟ ଫାଟକକୁ ଦୀର୍ଘ ସମୟ ବନ୍ଦ କରି ରଖିଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କଲେଜ ମଧ୍ୟରେ ଫସି ରହିଥିଲେ। ଖବର ପାଇ ଟାଉନ ପୁଲିସ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ। ଏନେଇ କଲେଜ ଅଧ୍ୟକ୍ଷ ଫକୀର ମୋହନ ମଲିକ ଅବଗତ ହୋଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

The post ପରୀକ୍ଷା ବାତିଲ ଦାବିରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା first appeared on Sambad.

from ଜିଲ୍ଲା | Sambad https://ift.tt/30QJmfT