
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପୁଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଜିପିଙ୍କ ପୁରସ୍କାର ପାଇଛନ୍ତି। ଡିଜିପି ରାଜ୍ୟର ଚାକିରୀ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ପୁଲିସ୍ ଅଧୀକାରୀଙ୍କୁ ବିଭିନ୍ନ ବିଭାଗରରେ ପୁରସ୍କାର ପ୍ରଦାନ କରିଥିବା ବେଳେ ଶ୍ରୀ ସାହୁ ଡିଜିପି କମେଣ୍ଡେସନ୍ ସମ୍ମାନ ପାଇବା ପାଇଁ ପୂର୍ବରୁ ଡିଜିପି କାର୍ଯ୍ୟାଳୟରୁ ଘୋଷଣା କରାଯାଇଥିଲା। ଗତକାଲି ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ତାଙ୍କ ସହ ଥାନାର କନେଷ୍ଟବଲ୍ ଅମର କୁମାର ଜେନା ଏବଂ ବିଦ୍ୟାଧର ମଲ୍ଲିକ୍ଙ୍କୁ ଡିଜିପି କମେଣ୍ଡସନ୍ ରୋଲ ମିଳିଛି। ଭଞ୍ଜନଗର ଥାନା ଇଲାକାରେ ଅପରାଧ ନିୟନ୍ତ୍ରଣ ସହ ପୁରୁଣା ୱାରେଣ୍ଟ୍ ଧରିବା ସହ ଅପରାଧୀଙ୍କୁ ଧରିବାରେ ଭଲ ପ୍ରଦର୍ଶନ କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡିଛି। ଏଥିପାଇଁ ପୁରସ୍କୃତ ସମସ୍ତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଛି।
The post ଭଞ୍ଜନଗର ଥାନା ଅଧିକାରୀଙ୍କ ସମେତ ତିନିଜଣ ପାଇଲେ ଡିଜିପି ପୁରସ୍କାର first appeared on Sambad.from ଜିଲ୍ଲା | Sambad https://ift.tt/3E5CBFo
0 Comments