
ବାଲେଶ୍ବର: ବିହାର ପାଟନାସ୍ଥିତ ଦାନାପୁର ଡିଭିଜନ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଆୟୋଜିତ ‘ଅଲ୍ଇଣ୍ଡିଆ ଆରପିଏଫ୍ ଯୋଗ ଚାମ୍ପିଅନ୍ସିପ୍-୨୦୨୧’ରେ ବାଲେଶ୍ବରର ମଧୁସ୍ମିତା ମହାନ୍ତି(୨୬) ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ ମେଡାଲ ହାସଲ କରିଛନ୍ତି। ଦାନାପୁର ରେଳୱେ କ୍ଲବରେ ଅନୁଷ୍ଠିତ ପ୍ରତିଯୋଗିତାରେ ରେଳ ବିଭାଗର ୪୦ ଡିଭିଜନ୍ରୁ ପ୍ରତିଯୋଗୀ ଭାଗ ନେଇଥିଲେ।
ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତାରେ ମଧୁସ୍ମିତା ଭାଗ ନେବେ। ଏହି କାର୍ଯ୍ୟକ୍ରମରେ ଦାନାପୁର ଇଷ୍ଟ ସେଣ୍ଟ୍ରାଲ ରେଲୱେ ଡିଆରଏମ୍ ପ୍ରଭାତ କୁମାର, ଦାନାପୁର ଇସିଆର ଡିଭିଜନାଲ ସିକ୍ୟୁରିଟି କମିଶନର ଏସ୍.କେ ରାଥୋର ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ମଧୁସ୍ମିତା ରାଞ୍ଚି ଡିଭିଜନ୍ ଲହାରଦଗାରେ କନେଷ୍ଟବଳ ଭାବେ କାର୍ଯ୍ୟରତ। ରେମୁଣା ବ୍ଲକ ଗନିପୁର ପଞ୍ଚାୟତ କୁରୁଣିଆ ଅଞ୍ଚଳର ବାପା ଅନିଲ କୁମାର ମହାନ୍ତି ଓ ମା’ ମଞ୍ଜୁଲତା ମହାନ୍ତିଙ୍କର ଝିଅ ହେଉଛନ୍ତି ମଧୁସ୍ମିତା। ମଧୁସ୍ମିତାଙ୍କର ଶାଶୂ ଘର ବି ଉକ୍ତ ଅଞ୍ଚଳରେ। ତାଙ୍କ ସ୍ବାମୀ ଅଜୟ ନାଟୁଆ ଓଡ଼ିଶା ପୁଲିସରେ କନେଷ୍ଟବଳ ଭାବେ ଚାକିରି କରିଛନ୍ତି। ଚାକିରି କରିବା ସହିତ ମଧୁସ୍ମିତା ଯୋଗ ଅଭ୍ୟାସ କରନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।
The post ଅଲଇଣ୍ଡିଆ ଆରପିଏଫ୍ ଯୋଗ ଚାମ୍ପିଅନ୍ସିପ୍-୨୦୨୧ first appeared on Sambad.from ଜିଲ୍ଲା | Sambad https://ift.tt/3FkILS2
0 Comments