
ହରଭଙ୍ଗା:ବୌଦ୍ଧ ବନଖଣ୍ଡ ମାଧପୁର ଫରେଷ୍ଟ ରେଞ୍ଜର ତଳଗାଁ ସେକ୍ସନ ଅନ୍ତର୍ଗତ ଗଣ୍ଡାପାଜୁ ଗ୍ରାମ ନିକଟରେ ବନ ବିଭାଗର ପାଟ୍ରୋଲିଂ ଟିମ ରବିବାର ରାତିରେ ଶଗୁଆନ ପଟ୍ଟା ବୋଝେଇ ଏକ ଡାଲା ଅଟୋକୁ ଜବତ କରିଛି। ବିଳମ୍ବିତ ରାତିରେ ତଳଗାଁ ପଟୁ ଗଣ୍ଡାପାଜୁ ଦେଇ ଓଡ଼ି୨୫ ଏଫ ୯୭୭୧ ନଂ ବିଶିଷ୍ଟ ଏକ ଡାଲା ଅଟୋ ୧୧ଖଣ୍ଡ ଶାଗୁଆନ ପଟ୍ଟା ନେଇ ଯାଉଥିଲା। ପାଟ୍ରୋଲିଂ କରୁଥିବା ତଳଗାଁ ଓ ବାରିଙ୍ଗ ଫରେଷ୍ଟ ଷ୍ଟାଫ ଅଟକାଇଥିଲେ।
ସେମାନଙ୍କୁ ଦେଖି ଅଟୋଟି ଦ୍ରୁତ ଗତିରେ ସେଠାରୁ ପଳେଇବାକୁ ଉଦ୍ୟମ କରିଥିଲା।ତାକୁ ବନ ବିଭାଗ କର୍ମଚାରୀମାନେ ପିଛା କରିବାରୁ ବାଟରେ ଅଟୋଛାଡ଼ି ଚାଳକ ଫେରାର ଯୋଇଯାଇଥିଲା। ସେଥିରେ ଚାଲାଣ ହେଉଥିବା ଶାଗୁଆନ ପଟ୍ଟା ଓ ଅଟୋକୁ ବନ ବିଭାଗ ଜବତ କରି ଅନୁସନ୍ଧାନ ଜାରି ରଖିଛି। ଉକ୍ତ ଚଢ଼ଉରେ ବାରିଙ୍ଗ ଫରେଷ୍ଟର ରମାକାନ୍ତ କହଁର, ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ପ୍ରଧାନ, ସୁବଳ ପ୍ରଧାନ ପ୍ରମୁଖ ସାମିଲଥିଲେ।
The post ଶାଗୁଆନ ପଟ୍ଟା ବୋଝେଇ ଅଟୋ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3x7oJHY
0 Comments