କେନ୍ଦୁଝର : କେନ୍ଦୁଝର ଗାନ୍ଧୀଛକରେ ରବିବାର ସନ୍ଧ୍ୟାରେ ଜଣେ ଅଟୋ ଡ୍ରାଇଭରଙ୍କ ମାଡ଼ରେ କିନ୍ନର ଲହୁଲୁହାଣ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କିନ୍ନର ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଅଟୋରେ ଆସିଥିଲେ। ଭଡ଼ା ବାବଦକୁ ଅଟୋ ଡ୍ରାଇଭର ତାଙ୍କୁ ୫୦ ଟଙ୍କା ମାଗିଥିଲେ। କିନ୍ନର ଜଣଙ୍କ ଏତେ ଟଙ୍କା ଦେବାକୁ ମନା କଲେ। ପ୍ରକୃତ ଭଡ଼ା ୧୦ ଟଙ୍କା ଦେବେ ବୋଲି କହିଥିଲେ।  ଫଳରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଅଟୋ ଡ୍ରାଇଭର ଜଣଙ୍କ ଉତ୍ତ୍ୟକ୍ତ ହୋଇ କିନ୍ନରଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଥିଲା। ଏହି ଘଟଣା ପରେ କିନ୍ନର ଜଣଙ୍କ ରାସ୍ତାରେ ଧାରଣା ଦେବାରୁ ପୁଲିସ ପହଞ୍ଚିଥିଲା। ପୁଲିସ ତାଙ୍କୁ ବୁଝାସୁଝା କରିବା ସହିତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।

The post ଅଟୋ ଡ୍ରାଇଭରଙ୍କ ମାଡ଼ରେ କିନ୍ନର ଲହୁଲୁହାଣ first appeared on Sambad.

from ଜିଲ୍ଲା | Sambad https://ift.tt/3nFh1Bu