
ବ୍ରଜରାଜନଗର : ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ସାଗରପାଲି ବେହେରାପଡ଼ା ଛକ ନିକଟରେ ଖେଳନା ବନ୍ଧୁକ ଦେଖାଇ ଭାରତ ଫାଇନାନ୍ସ ଇନ୍କ୍ଲୋଜର ଲିମିଟେଡ୍ର ସଂଘ ମ୍ୟାନେଜର ଧ୍ରୁବଦଳ ଜଗଦଲାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ଖେଳନା ବନ୍ଧୁକ ଓ ବାଇକ୍କୁ ପୁଲିସ ଜବତ କରିଛି। ଘଟଣାଟି ଗୁରୁବାର ଅପରାହ୍ଣରେ ଘଟିଛି।
ଶ୍ରୀ ଜଗଦଲାଙ୍କ କହିବା ଅନୁସାରେ ସେ ବାଇକ୍ ଯୋଗେ ବେହେରାପଡ଼ାରୁ ଟଙ୍କା ଧରି ବେଲପହାଡ଼ ଫେରୁଥିବା ସମୟରେ ୨ ଲୁଟେରା ଏକ ବାଡ଼ିରେ ବଡ଼େଇ ଦେବା ଫଳରେ ସେ ବାଇକ ସହ ପଡ଼ି ଯାଇଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେ ଟଙ୍କା ଦେଇ ଭୟରେ ଦୌଡ଼ି ପଳାଇଥିଲେ। କମ୍ପାନିର ସମ୍ବଲପୁର ମ୍ୟାନେଜର୍ ଦେଇଥିବା ଅଭିଯୋଗ ଅନୁସାରେ ଶ୍ରୀ ଜଗଦଲାଙ୍କଠାରୁ ୭୦ ହଜାର ଟଙ୍କା ଲୁଟ୍ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି।
The post ଖେଳନା ବନ୍ଧୁକ ଦେଖାଇ ଲୁଟ୍ first appeared on Sambad.from ଜିଲ୍ଲା | Sambad https://ift.tt/30GEARW
0 Comments