କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରତାପପଶିଠାରେ ନିର୍ମାଣ ହେଉଥିବା ଦେଶୀ ମହୁଲି ମଦ ଭାଟିକୁ ଗ୍ରାମର ମହିଳାମାନେ ବିରୋଧ କରୁଛନ୍ତି । ଏଥିନେଇ ବୁଧବାର ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ଏହି ମଦଭାଟି ନିର୍ମାଣକୁ ବନ୍ଦ କରିବାକୁ ଦାବି କରିଥିଲେ।

ମହିଳାଙ୍କ କହିବା ଅନୁାଯୟୀ, ଯେଉଁଠାରେ ମଦ ଭାଟି ନିର୍ମାଣ ହେଉଛି ତାହା ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ। ଏଥିସହିତ ସେହି ନିକଟରେ ପ୍ରତାପପଶି, କାନପୁର ବୃହତ୍ତ ଜଳ‌ ସେଚନ କାର୍ଯ୍ୟାଳୟ, ବସଷ୍ଟାଣ୍ଟ ଅବସ୍ଥିତ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ଟିଉସନ, କୋଚିଂ କ୍ଲାସ ଯାଉଥିବା ବେଳେ ଏହା ଗ୍ରାମର ଅନ୍ୟତମ ମୁଖ୍ୟ ରାସ୍ତା। ତେଣୁ ଗାଁର ଝିଅ, ବୋହୂମାନେ ମଧ୍ୟ ଏହି ରାସ୍ତା ସର୍ବଦା ଚଳାଚଳ କରନ୍ତି। ବର୍ତ୍ତମାନ ପ୍ରତାପପଶି ଏକ ଶୃଙ୍ଖଳିତ ଗାଁ ହୋଇ ରହିଛି । ଯଦି ମଦ ଭାଟି ନିର୍ମାଣ ହେବ। ଲୋକମାନେ ହାତପାଆନ୍ତାରେ ମଦ ପାଇବେ। ଲୋକଙ୍କ ସହିତ ଛୋଟ ଛୋଟ ପିଲାମାନେ ମଧ୍ୟ ମଦ ପିଇବେ। ଫଳରେ ଗାଁର ପରିବେଶ ନଷ୍ଟ ହେବା ସହିତ ବହୁ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବ। ତେଣୁ ଏକ ଆଦର୍ଶ ଗାଁକୁ ନଷ୍ଟ କରିବା ପୂର୍ବରୁ ପ୍ରଶାସନ ଆଉଥରେ ଚିନ୍ତା କରି ମଦ ଭାଟି ନିର୍ମାଣକୁ ବନ୍ଦ କରୁ ବୋଲି ଗ୍ରାମର ମହିଳାମାନେ ଜିଳ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

The post ମଦ ଭାଟିକୁ ମହିଳାଙ୍କ ବିରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/3D7XjUp