
କଂଟାବାଞ୍ଜି : କଣ୍ଟାବାଞ୍ଜି ଅଞ୍ଚଳରୁ ଶାଳକାଠ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ବନ ବିଭାଗ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ବଲାଙ୍ଗୀର ଲାଲଟିକିରାର ସୀତାରାମ ଦାସ ଏବଂ ତୁଷୁରା ଥାନା ଚିପକାରୀ ଗାଁର ବଳରାମ ଦାସ। ଉଭୟଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ରାତିରେ କଂଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳିଆଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିଲା। ଶନିବାର ସକାଳ ପ୍ରାୟ ୭ଟାରେ ଚଟୁଅନକା ଗାଁ ନିକଟରେ ପିକ୍ଅପ୍ ଭ୍ୟାନ (ଓଡି ୦୨-୫୦୫୧)କୁ ସନ୍ଦେହରେ ଅଟକ ରଖାଯାଇଥିଲା। ଯାଞ୍ଚ ସମୟରେ ଗାଡ଼ିରେ ୪୨ ଖଣ୍ଡ ସାଇଜ ଶାଳକାଠ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏହି ଚଢ଼ଉରେ କଂଟାବାଞ୍ଜି ପରେଷ୍ଟର ବିନୋଦ ବିହାରୀ ଧରୁଆ, ଫରେଷ୍ଟଗାର୍ଡ ଚନ୍ଦ୍ରକାନ୍ତି ସୁନା, ଫରେଷ୍ଟର ଆଦିତ୍ୟ ମିଶ୍ର, ଫରେଷ୍ଟଗାର୍ଡ ପୀତାମ୍ବର କୁମ୍ଭାର, ଅଜିତ ବେହେରା ପ୍ରମୁଖ ସାମିଲ ଥିଲେ।
The post ଶାଳକାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3xscply
0 Comments