
ଭୁବନେଶ୍ବର: ଏମ୍ବିବିଏସ୍/ବିଡିଏସ୍ ଓ ପାରାମେଡିକାଲ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। କୋଭିଡ ନିୟମାବଳୀର କଡ଼ାକଡ଼ି ପାଳନ କରାଯାଇ ପାଠପଢ଼ା ଆରମ୍ଭ କରିବାକୁ ଡିଏମ୍ଇଟିଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା। ମାତ୍ର ନିର୍ଦ୍ଦିଷ୍ଟଭାବେ କେବେ ପାଠପଢ଼ା ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇନାହିଁ।
ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ଏବେ ଅନଲାଇନ୍ରେ ପାଠପଢ଼ା ଜାରି ରହିଛି। ମାତ୍ର ଶ୍ରେଣୀଗୃହରେ ପାଠପଢ଼ା ପାଇଁ ବିଭାଗ ପକ୍ଷରୁ କେତେକ ନିୟମାବଳୀ ଜାରି କରାଯାଇଛି। ଫେସ୍ ମାସ୍କ ପିନ୍ଧିବା ସହିତ ନିୟମିତ ହାତ ଧୋଇବା, କ୍ଲାସରୁମ୍, ଲାଇବ୍ରେରି, ଲାବୋରେଟାରିରେ ସାମାଜିକ ଦୂରତା ବଜାୟ ରଖିବା, କ୍ୟାମ୍ପସ୍ ପରିସରରେ ଛେପ ନ ପକାଇବା, କାଶ କିମ୍ବା ଛିଙ୍କିବା ସମୟରେ ମୁହଁକୁ ଘୋଡ଼ାଇ ରଖିବା ଓ ଜରୁରୀ ପରିସ୍ଥିତି ପାଇଁ ଆଇସୋଲେସନ୍ ଗୃହ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ପାଠପଢ଼ା କେବେ ଆରମ୍ଭ ହେବା ସଂପର୍କରେ ଡିଏମ୍ଇଟି ଡା.ରମାରମଣ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ।
The post ଶ୍ରେଣୀଗୃହକୁ ଫେରିବ ଡାକ୍ତରୀ ପାଠପଢ଼ା: ଡିଏମ୍ଇଟିଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି first appeared on Sambad.from ଜିଲ୍ଲା | Sambad https://ift.tt/3HN5cl0
0 Comments