
ଖପ୍ରାଖୋଲ: ବଲାଙ୍ଗରା ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପଡ଼ିଆବାହାଲ ପଞ୍ଚାୟତ ୟୁଜି ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ ବାରିକ ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗ କରି ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଆନ୍ଦୋଳନ କରିଥିଲେ। ଗତ ମାସ ୭ ତାରିଖରୁ ସ୍କୁଲରେ ତାଲା ପକାଇ ସମ୍ମୁଖରେ ଧାରଣା ଦେଇଥିଲେ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍ ଧରିଥିଲେ।
ପ୍ରଧାନ ଶିକ୍ଷକ ଗ୍ରାମ୍ୟ ଶିକ୍ଷା କମିଟିର ବିନା ଅନୁମତିରେ ନକଲି ଦସ୍ତଖତ ଦେଇ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା, ଅନୁସୂଚିତ ଜାତି ଜନଜାତି ଛାତ୍ରୀଛାତ୍ରଙ୍କ ଭତ୍ତା ଟଙ୍କା ଆତ୍ମସାତ୍ କରିଥିବା, ମଧ୍ୟାହ୍ନଭୋଜନ ଚାଉଳ ଏବଂ ଟଙ୍କା ହେରଫେର କରିଥିବା ନେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ତଥାପି ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀ ଆନ୍ଦୋଳନ କରିଥିଲେ।
୨୮ ଦିନ ପରେ ଖପ୍ରାଖୋଲ ବିଇଓ ସୁରେନ୍ଦ୍ର ପୁରୋହିତ, ଏବିଇଓ ବୀରେନ୍ଦ୍ର ସାହୁ ପଡ଼ିଆବାହାଲ ସ୍କୁଲକୁ ଯାଇ ଅନଶନରେ ବସିଥବା ଅଭିଭାବକଙ୍କୁ ସେମାନଙ୍କ ଦାବି ପୂରଣ ହୋଇଥିବା ସୂଚନା ଦେଇଥିଲେ। ପ୍ରାଧାନ ଶିକ୍ଷକ ଅଶୋକ ବାରିକଙ୍କୁ ନିଲମ୍ବିତ ଓ ଶିକ୍ଷକ ସନତ ମେହେରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ବୋଲି କହିବା ପରେ ଅନଶନରୁ ଉଠିଥିଲେ ଏବଂ ସ୍କୁଲ ତାଲା ଖୋଲିଥିଲେ।
The post ଆର୍ଥିକ ଅନିୟମିତତା ଅଭିଯୋଗରେ ଅନଶନ: ପ୍ରଧାନଶିକ୍ଷକ ନିଲମ୍ବିତ, ସହକାରୀ ଶିକ୍ଷକଙ୍କ ବଦଳି first appeared on Sambad.from ଜିଲ୍ଲା | Sambad https://ift.tt/3o0GBA0
0 Comments