
ବୈପାରିଗୁଡା: ଅଦିନିଆ ବର୍ଷା ଯୋଗୁଁ ବୈପାରିଗୁଡା ବ୍ଲକରେ ଫସଲ ହାନୀ ଘଟିଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି। ମୈସୁମୀ ଓଡ଼ିଶାରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇ ସାରିଥିଲେ ମଧ୍ୟ ଗତ ଦୁଇଦିନ ଧରି ବୈପାରିଗୁଡା ବ୍ଲକରେ ଅଦିନିଆ ବର୍ଷା ହେବା ଫଳରେ ପାଚିଲା ଧାନ ନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି। ବିଶେଷ କରି ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ରୁଆ କାମ ଶେଷ କରିଥିଲେ ଏବଂ ଧାନ ସଆଳ ପାଚି ଯାଇଥିଲା, ସେମାନେ ଖରାଟିଆ ପାଗ ଦେଖି ଧାନ କାଟି ସାରିଥିଲେ। ବିଲର ପାଚିଲା କଟା ଧାନ ପଡ଼ିଥିଲା, ଅଚାନକ ଅଦିନିଆ ବର୍ଷା ଆସିବା ଫଳରେ ଚାଷୀ ଉପାୟ ଶୂନ୍ୟ ହୋଇ ପଡ଼ିଥିଲେ।
ବିଲରେ ପଡ଼ି ରହିଥିବା ଧାନ କେଣ୍ଡା ସବୁ ପାଣିରେ ସଂପୂର୍ଣ୍ଣ ଭିଜି ଯାଇଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଚଳିତବର୍ଷ ମୈସୁମୀର ଅନିୟମିତତା ଏବଂ ନିଅଣ୍ଟିଆ ବର୍ଷା ସତ୍ବେ ଚାଷୀ କୈାଣସି ପ୍ରକାରେ ଧାନ ବୁଣିଥିଲେ। ଅଥଚ ଧାନ ଅମଳ ବେଳକୁ ବର୍ଷା ଦାଉ ସାଜିଥିଲା। ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀମାନେ ଏଭଳି ଦୁର୍ଦ୍ଦଶା ଭୋଗିଥିବାରୁ ସରକାର ଏଥିପ୍ରତି ସୁବିଚାର କରନ୍ତୁ ବୋଲି ନିବେଦନ କରିଛନ୍ତି।
The post ଅଦିନିଆ ବର୍ଷାରେ ପାଚିଲା ଧାନ ନଷ୍ଟ, ଚାଷୀ ହତାଶ first appeared on Sambad.from ଜିଲ୍ଲା | Sambad https://ift.tt/3EUE29H
0 Comments